ମୁଁ ଜାଣିନି ଉର୍ବଶୀ କିଏ? ବଲିଉଡ ଅଭିନେତ୍ରୀଙ୍କୁ ନେଇ କିଛି ଏମିତି କହିଲେ ପାକିସ୍ତାନ ବୋଲର ନସିମ ଶାହା ।

280

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ନେଇ ଏବେ କ୍ରିକେଟ ଜଗତରେ ଚର୍ଚ୍ଚା । ପ୍ରଥମେ ଭାରତୀୟ କ୍ରିକେଟର ରିଷଭ ପନ୍ତ ଓ ପରେ ପାକିସ୍ତାନ କ୍ରିକେଟର ନସିମ ଶାହାଙ୍କ ସହ ଉର୍ବଶୀଙ୍କ ନାଁକୁ ନେଇ ଚର୍ଚ୍ଚା ବଢିଛି । ଚଳିତ ଏସିଆ କପରେ ଉର୍ବଶୀଙ୍କୁ ଦୁବାଇ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ଏପରିକି ପାକିସ୍ତାନର ମ୍ୟାଚରେ ମଧ୍ୟ ଉର୍ବଶୀଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ଏପରିକି ସୋସିଆଲ ମିଡ଼ିଆରେ ନସିମ ଶାହାଙ୍କୁ ପ୍ରଶଂସା କରିଥିଲେ ଉର୍ବଶୀ ।

ଆଉ ଏହାପରେ ପାକିସ୍ତାନ କ୍ରିକେଟର ନସିମ ଶାହା ଏକ ସାକ୍ଷାତକାରରେ ଏନେଇ ମୁହଁ ଖୋଲିଛନ୍ତି । ନସିମ କହିଛନ୍ତି, ଉର୍ବଶୀ କିଏ ମୁଁ ଜାଣିନି? ମୁଁ ଜାଣେନାହିଁ ବାସ୍ତବରେ ଉର୍ବଶୀ କିଏ?  କିଏ କେଉଁଭଳି ଭିଡ଼ିଓ ପୋଷ୍ଟ କରୁଛି ତାହା ମୋତେ ଜଣାନାହିଁ । ମୋତେ କିଏ ପସନ୍ଦ କରୁଛି ଏହା ଭଲ କଥା କିନ୍ତୁ ଏବେ ମୋର କେବଳ କ୍ରିକେଟ  ଖେଳିବା ଉପରେ ଫୋକସ ରହିଛି । ମୁଁ ଏ ବାବଦରେ କିଛି ବି ଜାଣିନାହିଁ । ମୁଁ ତ ପଡିଆକୁ ଓହ୍ଲାଇଲେ କେବଳ ଖେଳିବା ଉପରେ ଫୋକସ କରେ । ମୋ ପାଇଁ ଯଦି କେହି ପଡିଆକୁ ଆସୁଛି ତେବେ ଏହା ଭଲ କଥା । ମୋ ଭିତରେ ସେମିତି କିଛି ଖାସ୍ ନାହିଁ । ଲୋକ ମୋତେ ଭଲ ପାଉଛନ୍ତି ଏହା ମୋ ପାଇଁ ଭଲ କଥା ।

ତେବେ ଏହି ପୂରା ଘଟଣା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଉର୍ବଶୀ ପ୍ରଥମେ ନସିମଙ୍କର ଭିଡ଼ିଓ ସେୟାର କରିଥିଲେ । ଗତ ୪ ସେପ୍ଟେମ୍ବରରେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ ଉର୍ବଶୀ । ମ୍ୟାଚ୍ ପରେ ନସିମଙ୍କ ଭିଡ଼ିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ଉର୍ବଶୀ । ଏହି ଭିଡ଼ିଓରେ ନସିମ ହସୁଥିବାର ନଜର ଆସିଥିଲେ ଆଉ ଅନ୍ୟପଟେ ଉର୍ବଶୀ ତାଙ୍କୁ ଦେଖି ଲାଜ କରୁଥିବାର ଦେଖିବାକୁ ମିଳିଥିଲା ।