ମୋବାଇଲ ଗେମ୍ସ ଆପ୍ ସହାୟତାରେ ଲୁଟିଥିଲା ଏତେ ଟଙ୍କା । ଏବେ ଗଣିବା ପାଇଁ ଲାଗିଛି ୮ ଟି ମେସିନ

658

କନକ ବ୍ୟୁରୋ : କୋଲକତାର ଗାଡେନରିଚ ଅଞ୍ଚଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଠାରେ ଏକ ବ୍ୟବସାୟୀଙ୍କ ଘରେ ଇଡି ଚଢାଉ କରିବା ପରେ ଯେତେ ପରିମାଣର ଟଙ୍କା ଜବତ ହୋଇଛି ତାହା ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଏହି ବ୍ୟବସାୟୀଙ୍କ ଘରୁ ଏତେ ଟଙ୍କା ମିଳିଛି କି, ଯାହାକୁ ଗଣିବାକୁ ୮ ଟି ଟଙ୍କା ଗଣିବା ମେସିନ ବ୍ୟବହାର କରାଯାଉଛି । ଏନେଇ ଇଡିର ୬ ଟି ଟିମ୍ କୋଲକତାର ୬ ଟି ସ୍ଥାନରେ ଚଢାଉ କରିଛି ।

ଅଭିଯୋଗ ରହିଥିଲା କି, ଅମୀର ଖାନ ନାମକ ଜଣେ ବ୍ୟକ୍ତି କିଛିଦିନ ପୂର୍ବରୁ ଇ-ନେଗୋଟସ୍ ନାମକ ଏକ ମୋବାଇଲ ଗେମ୍ ଆପ୍ଲିକେସନ ଲଂଚ କରିଥିଲେ । ଲୋକଙ୍କୁ ଠକିବା ଉର୍ଦ୍ଦେଶ୍ୟରେ ଏହି ଆପ୍ ଲଂଚ କରାଯାଇଥିବା କଥା କୁହାଯାଉଛି । ଏହି ଆପ୍ ପ୍ରଥମେ ଏମିତି କିଛି କରି ଲୋକମାନଙ୍କର ବିଶ୍ୱାସ ଜିତିଥିଲା । ଏହାପରେ ଲୋକମାନଙ୍କୁ ଅଧିକ ସୁଧର ଲୋଭ ଦେଖାଇ ଟଙ୍କା ବିନିଯୋଗ କରିବାକୁ ପ୍ରବର୍ତ୍ତାଇଥିଲେ । ଏନେଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରିବା ପରେ ହଠାତ୍ ଏହି ଆପକୁ ବନ୍ଦ କରିଦିଆଯାଇଥିଲା । ଏନେଇ ବିନିଯୋଗକାରୀମାନେ ଅଭିଯୋଗ କରିବା ପରେ କୋଲକତା ପୋଲିସ ମାମଲା ରୁଜୁ କରିଥିଲା ।

ଏହି ମାମଲା ପୋଲିସ ଇଡି ହାତକୁ ଦେବା ପରେ ଇଡି ଆଜି ଅମୀର ଖାନଙ୍କର ବିଭିନ୍ନ ଠିକଣାରେ ଚଢାଉ କରି ୭ କୋଟି ନଗଦ ଟଙ୍କା ଜବତ କରିବା ସହ ଅନେକ କାଗଜପତ୍ର ମଧ୍ୟ ଜବତ କରିଛି   ।