ମୃତ୍ୟୁ ପରେ ୧୫ ବର୍ଷର କନ୍ୟା ଦାନ କଲେ ଦୁଇଟି କିଡନୀ: ଦୁଇଜଣ ରୋଗୀଙ୍କ ଶରୀରରେ ହେଲା ସଫଳ ଅସ୍ତ୍ରୋପଚାର

190

କନକ ବ୍ୟୁରୋ: ମନେ ରହିବେ ସିଦ୍ଧି ସମୃଦ୍ଧି । ମସ୍ତିଷ୍କ ମୃତ୍ୟୁ ହେବା ପରେ ୧୫ ବର୍ଷର କନ୍ୟା ସିଦ୍ଧି ମସୃଦ୍ଧିଙ୍କ ଦୁଇଟି କିଡନୀଙ୍କୁ ଦାନ କରିଛନ୍ତି ପରିବାର ଲୋକେ । ଏହି ଦୁଇଟି କିଡନୀ ଦୁଇଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି । ବ୍ରହ୍ମପୁର ଗଜପତି ନଗରରେ ସିଦ୍ଧି ସମୃଦ୍ଧି ବ୍ରେନ ଡେଡ ହୋଇଯାଇଥିଲା ।

ଏହା ପରେ ତାଙ୍କ କିଡନୀକୁ ବୃକକକୁ ଆପାଲୋ ଡାକ୍ତରଖାନା ଓ ଅନ୍ୟଟି ଏସସିବି ଡାକ୍ତରଖାନାକୁ ଦୁଇଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ଉଭୟ ଅସ୍ତ୍ରୋପଚାର ସଫଳ ହୋଇଥିବା ଜଣାଯାଇଛି । ସିଦ୍ଧି ସମୃଦ୍ଧିଙ୍କ ମାଟ୍ରିକ ପରୀକ୍ଷା ଦେଉଥିବା ସମୟରେ ତାଙ୍କର ମଝିରେ ମଝିରେ ସଞ୍ଜାହୀନ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା ।