ଉତ୍ତର କୋରିଆରେ ଅଣାୟତ କରୋନା: ଦେଶରେ ଟିକାକରଣ ହୋଇନଥିବାରୁ ସଂକ୍ରମଣ ବଢୁଥିବା ଆଶଙ୍କା 

239

କନକ ବ୍ୟୁରୋ: ନିଆଁ ବେଗରେ ଉତରକୋରିଆରେ ମାଡି ଚାଲିଛି କରୋନା ମହାମାରୀ । ଦେଶରେ ଏବେ ସୁଦ୍ଧାର ୧୨ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ସହ ଦୈନିକ ସଂକ୍ରମଣ ୩ଲକ୍ଷ ପାଖାପାଖି ରହୁଛି । ସେପଟେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ୩ଲକ୍ଷ ଲୋକଙ୍କୁ ସଂଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି ।ସେପଟେ ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ଆକଳନ କହୁଛି ଉତରକୋରିଆରେ କରୋନାର ସୁନାମୀ ଆସିପାରେ । କାରଣ ଏଠାରେ ଏବେ ସୁଦ୍ଧା ଟିକାକରଣ କରାଯାଇନି । ଉତରକୋରିଆ ହେଲଥ ସିଷ୍ଟମ ଏହାର ଦେଶବାସୀଙ୍କ ପାଇଁ ବଡ ବୀପତି ଆଣିବାକୁ ଯାଉଛି । ସେପଟେ କରୋନା ବିରୋଧୀ ଲଢେଇ ପାଇଁ ଶାସକ କିମ ଜଙ୍ଗ ଉନ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନଙ୍କ ନିକଟରେ ଖାଦ୍ୟଠୁ ନେଇ ଔଷଧ ଯୋଗାଉଛି ଉତରକୋରିଆ ସେନା ।