ଆସନ୍ତା ୧୬ତାରିଖ ସୁଦ୍ଧା ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା : ମନ୍ତ୍ରୀ କହିଲେ, ଯୁକ୍ତ ଦୁଇରେ ବୃଦ୍ଧି ହେବ ୫୫ହଜାରରୁ ଅଧିକ ସିଟ୍

217

କନକ ବ୍ୟୁରୋ : ଅଗଷ୍ଟ ୧୬ ତାରିଖ ଭିତରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଗତବର୍ଷ ଅଗଷ୍ଟ ୨୧ରେ ଯୁକ୍ତ ଦୁଇ ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଏହାର ସପ୍ତାହ ପୂର୍ବରୁ ଆରମ୍ଭ ହେବ ବୋଲି ବିଭାଗ ନିଷ୍ପତ୍ତି ନେଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଂଜନ ଦାଶ ।ସେ କହିଛନ୍ତି ଏକ ମାସ ପାଇଁ ଛାତ୍ରଛାତ୍ରୀଙ୍କୁ ଆବେଦନ ପାଇଁ ସମୟ ଦିଆଯିବ । ଯୁକ୍ତ ୨ରେ ୫୫ ହଜାରୁ ଅଧିକ ସିଟ ବୃଦ୍ଧି ପାଇଁ ଆବେଦନ ହୋଇଛି । ତେବେ ବିଜ୍ଞାନ ପାଇଁ ଲାବୋରେଟୋରୀ ହେଉଛି ଗୁରୁତ୍ୱପୁର୍ଣ୍ଣ । ତେଣୁ ଏସବୁର ଭିତ୍ତିଭୂମି ଯାଂଚ ଚାଲିଛି । ପିଲାଙ୍କୁ ସିଟ ନେଇ କୌଣସି ସମସ୍ୟା ହେବନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଏଥର ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଖାତା ଦେଖା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହି ପିଲାମାନଙ୍କୁ ମଧ୍ୟ ଯଥେଷ୍ଟ ସୁଯୋଗ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଯେଉଁ ଗାଇଡଲାଇନ ନବମ ଶ୍ରେଣୀ ପାଇଁ ମଧ୍ୟ ସମାନ ଗାଇଡଲାଇନ ରହିଛି । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଅଗଷ୍ଟ ୧୬ ତାରିଖରୁ ଆମେ ନବମ ଶ୍ରେଣୀ ଲାଗି ସ୍କୁଲ୍ ଖୋଲିବାକୁ ଯାଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି ।