ମୋବାଇଲ ଖେଳକୁ ନେଇ ସାହି ଗଣ୍ଡଗୋଳ : ମଞ୍ଚେଶ୍ବର ମୁଣ୍ଡାସାହିରେ ପଶି ଆତଙ୍କ ଖେଳାଇଲେ ଚକେଇଶିଆଣୀ କେନାଲବନ୍ଧ ସାହି ପିଲା

484

କନକ ବ୍ୟୁରୋ : ମଞ୍ଚେଶ୍ବର ଥାନା ମୁଣ୍ଡାସାହି ଓ ଚକେଇସିଆଣି କେନାଲବନ୍ଧ ସାହି ଗଣ୍ଡଗୋଳ ଘଟଣାରେ  ପୋଲିସ ଉଭୟ ପକ୍ଷର ୨୨ଜଣଙ୍କୁ ଅଟକ ରଖିଛି । ସୂଚନା ଅନୁସାରେ ମୋବାଇଲ ଭିଡିଓରୁ  ଗତକାଲି ସଂଧ୍ୟାରେ ଘଟିଥିଲା ତୁମୁଳକାଣ୍ଡ । ୫୦ରୁ ଅଧିକ ଯୁବକ ଖଣ୍ଡା, ଭୁଜାଲି, ରଡ଼ ଓ ବାଡ଼ିରେ ୧୦ରୁ ଅଧିକ ଲୋକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିପକାଇଥିଲେ । ହଣା କଟାରେ ମୁଣ୍ଡାସାହିର ୮ରୁ ଅଧିକ ଲୋକ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଜଣାପଡ଼ିଛି ମୁଣ୍ଡାସାହିର କିଛି ପିଲାଙ୍କର ଚକେଇସିଆଣି କେନାଲବନ୍ଧ ସାହି ପିଲାଙ୍କ ସହ ମୋବାଇଲ ଭିଡିଓକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହାକୁ କେନ୍ଦ୍ର କରି ଉତ୍ତେଜନା ବଢ଼ିଥିବା ବେଳେ ସଂଧ୍ୟା ପ୍ରାୟ ୭ଟା ବେଳେ ୫୦ରୁ ଅଧିକ ପିଲା ସାହି ଭିତରେ ପଶି ଆତଙ୍କ ଖେଳାଇ ଥିଲେ ।

ଯେତେବେଳେ ମୁଣ୍ଡାସାହିରେ ପଶି କେନାଲବନ୍ଧ ସାହିର ୫୦ରୁ ଅଧିକ ପିଲା ଆତଙ୍କ ଖେଳାଇଥିଲେ । ପିଲାଠୁ ବୁଢ଼ା ଯିଏ ହାବୁଡ଼ରେ ପଡ଼ିଥିଲା ତାଙ୍କୁ ଆକ୍ରମଣ କରିଥିଲେ । ସାହି ଭିତରେ ଥିବା ଅଟୋ ଏକାଧିକ ବାଇକ୍ ପିଟି ଭାଙ୍ଗିଥିଲେ । ମୋବାଇଲ ଭିଡିଓରେ ଗଣ୍ଡଗୋଳ କରିଥିବା ପିଲାଙ୍କୁ ଖୋଜାଖୋଜି ପିଟିଥିଲେ । ଯାହା ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଏଭଳି ଆତଙ୍କରାଜ ପରେ ମୁଣ୍ଡାସାହି ଲୋକ ଆକ୍ରମଣକାରୀଙ୍କ ଗିରଫ ଦାବିରେ ମୁଣ୍ଡାସାହି ଲୋକ ଆକ୍ରମଣକାରୀଙ୍କ ଗିରଫ ଦାବିରେ ଘଂଟାଏରୁ ଅଧିକ ସମୟ ମୁଖ୍ୟ ରାଜପଥ ଅବରୋଧ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ବୁଝାସୁଝା କରିବା ସହିତ ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତି ଉପରେ ନଜର ରଖିଥିଲେ ।