ବର୍ଷା ଅନୁଭବଙ୍କ ପାରିବାରିକ ମାମଲା: ଆଜି ଦ୍ୱିତୀୟ ଦିନରେ କୋର୍ଟରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

138

କନକ ବ୍ୟୁରୋ: କଟକ ପରିବାର ଅଦାଲତରେ ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷାଙ୍କ ପାରିବାରିକ ବିବାଦର ଶୁଣାଣି ଚାଲିଛି । ପରିବାର ଅଦାଲତରେ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇ ନିଜର ପକ୍ଷ ରଖିଥିଲେ । ଏହି ସମୟରେ ଅନୁଭବଙ୍କ ତରଫରୁ ଆଇନଜୀବୀ ଗୀତା ଲୁଥ୍ରା ବର୍ଷାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । କିନ୍ତୁ କେତେକ ନିର୍ଦ୍ଦିଷ୍ଟ ପ୍ରଶ୍ନକୁ ନେଇ ବର୍ଷା ଆପତି ଉଠାଇଛନ୍ତି । ଅନ୍ୟପକ୍ଷରେ ମାମଲାର ଉପଯୁକ୍ତ ବିଚାର ପାଇଁ ଏହି ସବୁ ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବଙ୍କ ତରଫରୁ ଆଇନଜୀବୀ ପରିବାର ଅଦାଲତରେ ଦର୍ଶାଇଥିଲେ । ଏଥି ସହିତ ଅଦାଲତରେ ଅନୁଭବଙ୍କ ତରଫରୁ ପ୍ରଶ୍ନ ଇଂରାଜୀରେ କରାଯାଉଥିବାରୁ ଉତର ମଧ୍ୟ ସମାନ ଭାଷାରେ ଦିଆଯିବା ଉଚିତ ବୋଲି ଦର୍ଶାଯାଇଥିଲା । କିନ୍ତୁ ବର୍ଷା ତାଙ୍କୁ ପଚରାଯାଉଥିବା ପ୍ରଶ୍ନର ଉତର ଓଡ଼ିଆରେ ଦେଇଥିଲେ । ସୋବାର ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଅଧା ରହିଥିଲା । ତେଣୁ ଆଜି ପୁଣି ବର୍ଷା ଅଦାଲତରେ ହାଜର ହୋଇ ଓ ତାଙ୍କ ସାକ୍ଷ୍ୟ ଗ୍ରହଣ ଜାରି ରଖିବେ ।