ବିଜେଡି ନିର୍ବାଚନୀ ଇସ୍ତାହାରରକୁ ନେଇ ଡକ୍ଟର ଅମର ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ: ସାମଗ୍ରିକ ସହରୀକରଣ ଉପରେ ଗୁରୁତ୍ୱ

118

କନକ ବ୍ୟୁରୋ: ବିଜେଡିର ନିର୍ବାଚନୀ ଇସ୍ତାହାରକୁ ନେଇ ସାମ୍ବାଦିକ ସମ୍ମିଳନୀ । ସମାଜର ସବୁବର୍ଗଙ୍କ ପାଇଁ ପ୍ରସ୍ତୁତ ହୋଇଛି ମାନିଫେଷ୍ଟୋ । ସାମଗ୍ରିକ ସହରୀକରଣ ପରିକଳ୍ପନା କରିଛି ଦଳ । ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପ କାମ ଆରମ୍ଭ ହୋଇଥିବାବେଳେ, ଆସନ୍ତା ୧୦ ବର୍ଷରେ ପୁରୀ- ଖୋର୍ଦ୍ଧାକୁ ଗଡିବ ମେଟ୍ରୋ । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପରେ ୬ହଜାର କୋଟି ଖର୍ଚ୍ଚ ହେବ । ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏଥିରେ କେନ୍ଦ୍ର ସରକାରଙ୍କ କୌଣସି ସହଯୋଗ ନଥିବା କହିଛି ବିଜେଡି । ସେହିପରି ପୁରୀରେ ହେବ ଅନ୍ତର୍ଜାତୀୟ ବିମାନବନ୍ଦର । ଭୁବନେଶ୍ୱର – ପୁରୀ ମଧ୍ୟରେ ହେବ ଏକ୍ସପ୍ରେସ୍ ୱେ । ଇକୋନୋମିକ୍ କରିଡର ପ୍ରସ୍ତୁତ ହେବ ନୂଆ ଚାକିରି ସୃଷ୍ଟି ହେବ ।