ପକୁଡି ମାଗିବାରୁ ନାବାଳିକା ଝିଅକୁ ମାରିଦେଲା ମା’: ପ୍ରମାଣ ନଷ୍ଟ ପାଇଁ ଝିଅର ଶବକୁ ପୋଡି ଆତ୍ମହତ୍ୟାର ରୂପ ଦେଇଥିଲା ହତ୍ୟାକାରୀ

104

କନକ ବ୍ୟୁରୋ: ପକୁଡି ପାଇଁ ନାବାଳିକା ଝିଅକୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିଲା ଜନ୍ମକଲା ମାଆ । ଏଭଳି ଏକ ଘଟଣାକୁ ନେଇ ନବରଙ୍ଗପୁରରେ ଚାଂଚଲ୍ୟ । ମାଆ ସାଜିଲା ପିଚାସୀ । ୯ ବର୍ଷର ନାବାଳିକା ଝିଅକୁ ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଡିଜେଲ ଢାଳି ଶବରେ ନିଆଁ ଲଗାଇ ପୋଡ଼ିବାକୁ ଚେଷ୍ଟା କରିଥିଲେ । ପରେ ଝିଅ ଆତ୍ମହତ୍ୟା କରିଛି କହି ନିଜେ ମାଆ ଥାନାରେ ଏତାଲା ଦେଇଥିଲେ । ପୋଲିସ ଅଭିଯୁକ୍ତ ମାଆ ତ୍ରିବେଣୀ ମାଝୀକୁ ଅଟକ ରଖି ତଦନ୍ତ କରିବାରୁ ଏଭଳି ଲୋମ ଟଙ୍କୁରା ହତ୍ୟାକାଣ୍ଡ କାହାଣୀ କହିଛନ୍ତି । ରାଇଘର ପୋଲିସ ଅଭିଯୁକ୍ତ ତ୍ରିବେଣୀକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ନବରଙ୍ଗପୁର ରାଇଘର ବ୍ଲକ ହଳଦୀ ଗାଁର, ଲକ୍ଷୀଧର ମାଝୀ ଓ ତ୍ରିବେଣୀ ମାଝୀଙ୍କ ତୁଲାବାଇ ମାଝୀ । ଚନ୍ଦାହାଣ୍ଡିର ଧରାମାଳ ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢନ୍ତି । ଖରା ଛୁଟିରେ ଘରକୁ ଆସିଥିଲେ ତୁଲାବାଈ ମାଝୀ । ଚତୁର୍ଥ ଶ୍ରେଣୀର ପଡୁଥିବା ଏହି ଛାତ୍ର ଜଣଙ୍କ ଟିକିଏ ଅଧିକ ପକୁଡି ଖାଇବା ପାଇଁ ମାଆଙ୍କୁ ମାଗିଥିଲେ । ଏଥିର ମାଆ ରାଗି ଯାଇ ତାଙ୍କୁ ଏକ ଠେଙ୍ଗାରେ ଗୋଟିଏ ପାହାର ପକାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରମାଣ ନଷ୍ଟ କରିବା ଉଦେଶ୍ୟ ଶବକୁ ପୋଟ୍ରୋଲ ପକାଇ ପୋଡି ନାଳରେ ପକାଇଥିଲେ । ପୋଲିସ କିନ୍ତୁ ଏତେ ଛୋଟ ଝିଅ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରିଥିଲେ ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ । ଘଟଣାକୁ ଗୁରୁତର ସହ ନେଇ ଏକ ଟିମ ଗଠନ କରି ତଦନ୍ତ କରିଥିଲେ । ପରେ ହତ୍ୟାକାଣ୍ଡର ପୁରା କାହାଣୀ ସାମ୍ନାକୁ ଆସିବା ସହ ଅଭିଯୁକ୍ତ ମାଆ ଆଇନ ହାତରୁ ଖସିଯିବା ପୂର୍ବରୁ ଜେଲକୁ ପଠାଇବାରେ ସଫଳ ହୋଇଛନ୍ତି ।