୫ ବର୍ଷ ହେଲା ନିର୍ମାଣ ଚାଲିଛି ଯେ ସରୁନି: ମନ୍ଥର ଗତିରେ ଚାଲିଛି ବିଞ୍ଝାରପୁରର ପଣ୍ଡୁନାଳ ପୋଲ ନିର୍ମାଣ କାମ

148

କନକ ବ୍ୟୁରୋ: ବର୍ଷ ପରେ ବର୍ଷ ବିତୁଛି । ହେଲେ ସରୁନି ବ୍ରିଜ୍ କାମ । ଯିବା ଆସିବା ନେଇ ଅନେକ ସମସ୍ୟା ଉପୁଜିବାରେ ଲାଗିଛି । ଡଙ୍ଗାରେ ନଦୀ ପାରି ହେବାକୁ ପଡୁଛି । ଏନେଇ ବହୁାବର ଅଭିଯୋଗ କରାଯାଇଥିଲେ ବି କୌଣସି ସମାଧାନ ହୋଇପାରୁନାହିଁ । ଯାଜପୁର ଜିଲ୍ଲା ବରୀ ଓ ବିଂଝାରପୁର ବ୍ଲକକୁ ସଂଯୋଗ କରୁଥିବା ଅଙ୍ଗାଳ ପଂଚାୟତରେ ଥିବା ପଣ୍ଡୁନାଳ ଉପରେ ବ୍ରିଜ୍ କାମ ଚାଲିଛି ଯେ ଚାଲିଛି ସରିବାର ନାଁ ଧରୁନି ।

୫ରୁ ୬ବର୍ଷ ହେଲା ପୋଲ କାମ ଚାଲିଛି । କେବେ ସରିବା ତାର ଠିକଣା ନାହିଁ । ସେପଟେ ପତ୍ରଦିନ ଲୋକେ ଜୀବନକୁ ସଙ୍କଟରେ ପକାଇ ଡଙ୍ଗା ସହାର୍ଯ୍ୟରେ ନଦୀରେ ଯିବା ଆସିବା କରୁଛନ୍ତି । ନଦୀରେ ନଗଲେ ପ୍ରାୟ ୧୦ କିଲୋମିଟର ବୁଲି ଯିବାକୁ ପଡୁଛି । ତେଣୁ ଲୋକେ ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ ଡଙ୍ଗାରେ ନଦୀ ପାର ହୋଇଯାଉଛନ୍ତି । ଅନ୍ୟ ଦିନ ଅପେକ୍ଷା ବଷା ଦିନରେ ସ୍ଥିତି ବେହାଲ ହୋଇପଡୁଛି ।

ପ୍ରତି ନିର୍ବାଚନରେ ରାଜନୈତିକ ଦଳର ମୁଦ୍ଦା ପାଲଟେ ପଣ୍ଡୁନାଳ ପୋଲ । ଏବେ ପୁଣି ନିର୍ବାଚନ ଚାଲିଛି, ନେତା ଆସୁଛନ୍ତି ପ୍ରତିଶ୍ରୁତି ଅଜାଡି ପକାଉଛନ୍ତି, କିନ୍ତୁ ଗ୍ରାମବାସୀଙ୍କ ଜିଦ୍ ଭୋଟ ଆଗରୁ କାମ ସାରିବାକୁ ଗାଁର ଲୋକ ମାନେ ଦାବି କରିଛନ୍ତି ।