ବିଗ ବି ଅମିତାଭ ବଚ୍ଚନଙ୍କୁ ଆଇପିଏସ ଅଧିକାରୀ କଲେ ଅନୁରୋଧ । ଠକ କମ୍ପାନୀଙ୍କ ପାଇଁ ବିଜ୍ଞାପନ ନକରିବାକୁ କହିଲେ ଆଇପିଏସ ବିସି ସଜ୍ଜନାରା

817

କନକ ବ୍ୟୁରୋ : ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ଠକ୍ କମ୍ପାନୀ ମାନଙ୍କୁ ସହଯୋଗ ନ କରିବାକୁ ଅନୁରୋଧ କରିଛନ୍ତି ହାଇଦ୍ରାବାଦର ବରିଷ୍ଠ ଆଇପିଏସ ଅଧିକାରୀ ଭିସି ସଜନାର । ଏକ ଟ୍ୱିଟ ମାଧ୍ୟମରେ ଅମିତାଭ ବଚ୍ଚନ ଓ ଅନ୍ୟ ସେଲିବ୍ରିଟିଙ୍କୁ ଙ୍କୁ ବିନମ୍ର ଭାବେ ଅନୁରୋଧ କରିଛନ୍ତି ଯେ, ବିଭିନ୍ନ ଜାଲିଆଲି କମ୍ପାନୀ ଗୁଡ଼ିକ ସହ କାମ ନ କରନ୍ତୁ । ଉଦାହରଣ ଦେବାକୁ ଯାଇ ନିକଟରେ ଏକ ଆମେରିକୀୟ ଘରୋଇ କମ୍ପାନୀର ଏକ ଆଡ଼ଭଟାଇଜମେଣ୍ଟର ଉଦାହରଣ ଦେଇଛନ୍ତି । ଏପରି ବିଭିନ୍ନ ଠକ ବା ଫ୍ରଡ କମ୍ପାନୀ ସମାଜ ଉପରେ ପ୍ରଭାବ ପକାଉଥିବା ସେ କହିଛନ୍ତି ।