ଦୀର୍ଘଦିନର ସ୍ୱପ୍ନ ପୂରଣ ହେଲା । ମୁଖ୍ୟମନ୍ତ୍ରୀ କହିବା ଅନୁସାରେ ନିଜ କାମ କରିଛନ୍ତି

239

କନକ ବ୍ୟୁରୋ : ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ସ୍ଥାୟୀ ହେଲେ ଚୁକ୍ତି ଭିତିକ କର୍ମଚାରୀ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଦ୍ଧିବଦ୍ଧ ବିଜ୍ଞପ୍ତି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସଭାପତି ।
ସେ ପ୍ରତିକ୍ରିୟା ରଖି କହିଛନ୍ତି, ଦୀର୍ଘଦିନର ସ୍ୱପ୍ନ ପୂରଣ ହେଲା । ମୁଖ୍ୟମନ୍ତ୍ରୀ କହିବା ଅନୁସାରେ ନିଜ କାମ କରିଛନ୍ତି । ଚୁକ୍ତିଭିତ୍ତିକ ପ୍ରଥା ରାଜ୍ୟ ସରକାର ଉଚ୍ଛେଦ କରିଛନ୍ତି । ଓଡିଶାରେ ଆଉ ଚୁକ୍ତିଭିତ୍ତିକ ନିଯୁକ୍ତି ରହିବନି । ୫୭ ହଜାର ଠିକା କର୍ମଚାରୀଙ୍କୁ ସ୍ଥାୟୀ କରାଗଲା । ବଳକା କର୍ମଚାରୀ ବି ଆଗକୁ ଲାଭବାନ ହେବେ । ଦୀର୍ଘଦିନ ଧରି ଲଢେଇ କରିଥିଲୁ, ଏବେ ଆମର ଲଢେଇ ସମାପ୍ତ ହୋଇଛି । ଆମ ସ୍ୱପ୍ନ ପୂରଣ ହୋଇଛି ।

ତେବେ ଚୁକ୍ତି ଭିତିକ ନିଯୁକ୍ତି ଅଧିନିୟମ -୨୦୧୩ ଅନୁସାରେ ଯେଉଁମାନେ ଗ୍ରୁପ୍-ବି, ଗ୍ରୁପ୍-ସି, ଗ୍ରୁପ୍-ଡି ପୋଷ୍ଟରେ ନିଯୁକ୍ତି ପାଇଛନ୍ତି, ସେମାନେ ସ୍ଥାୟୀ କର୍ମଚାରୀର ମାନ୍ୟତା ପାଇବେ । ଏହି ବଜ୍ଞପ୍ତିକୁ ରାଜ୍ୟ ସରକାରଙ୍କ ଗ୍ରୁପ-ବି, ଗ୍ରୁପ-ସି, ଗ୍ରୁପ୍-ଡି ପୋଷ୍ଟ ଚୁକ୍ତି ଭିତିକ ନିଯୁକ୍ତି ଉଛେଦ ସ୍ୱତନ୍ତ୍ର ଅଧିନିୟମ-୨୦୨୨ ବୋଲି କୁହାଯିବ । ଏହି ଅଧିନିୟମ ଅନୁସାରେ ଯେଉଁମାନେ ଚୁକ୍ତି ଭିତିରେ ନିଯୁକ୍ତି ପାଇଥିଲେ ସେମାନେ ସ୍ଥାୟୀ ହୋଇଛନ୍ତି । ଚୁକ୍ତି ଭିତିକ ନିଯୁକ୍ତି ଦିନକୁ ହିସାବକୁ ନେଇ ନିୟମ ଅନୁସାରେ କର୍ମଚାରୀଙ୍କ ବେତନ ବୃଦ୍ଧି ହେବ । ଯେଉଁମାନେ ଠିକା କର୍ମଚାରୀ ଭାବେ ୬ବର୍ଷ କାର୍ଯ୍ୟ କରିଛନ୍ତି, ସେମାନଙ୍କ ନିଯୁକ୍ତି ଦିନଠାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାଳକୁ ହିସାବକୁ ନିଆଯିବ । ପୂର୍ବ ୬ବର୍ଷକୁ ହିସାବ କରି ଇନକ୍ରିମେଂଟ ଓ ପ୍ରମୋସନ ହେବ ।