ଟେଲିଭିଜନ ଦୁନିଆରେ ଶୋକାକୂଳ ପରିବେଶ, ରଶି ଲଗାଇ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ

2,133

କନକ ବ୍ୟୁରୋ : ଏବେ ଏବେ ଟେଲିଭିଜନ ଦୁନିଆରୁ ଆସିଛି ଛାତିଥରା ଖବର । ପ୍ରସିଦ୍ଧ ଟେଲିଭିଜନ ତାରକା ବୈଶାଳୀ ଠକ୍କର ଆତ୍ମହତ୍ୟା କରିଛନ୍ତି । ଇନ୍ଦୋର ଠାରେ ଥିବା ତାଙ୍କ ବାସଭବନରୁ ବୈଶାଳୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍ ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଂଚି ଯାଂଚ ଆରମ୍ଭ କରିଛି ।

ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ୧ ବର୍ଷରୁ ଅଧିକ ସମୟ ହେଲା ଇନ୍ଦୋରରେ ରହୁଥିଲେ । ହେଲେ ଆଜି ତାଙ୍କ ଆତ୍ମହତ୍ୟାର ସୂଚନା ପାଇବା ପରେ ତୁରନ୍ତ ସେଠାରେ ପହଂଚିଥିଲେ ସ୍ଥାନୀୟ ପୋଲିସ । ସେଠାରେ ପୋଲିସ ପହଂଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ଶବ ନିକଟରୁ ମିଳିଥିବା ଚିଠି ଆଧାରରେ ଅନୁସନ୍ଧାନ ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ ଇନ୍ଦୋରର ତେଜାଜୀ ନଗର ଥାନା ପୋଲିସ ଏହି ମୃତ୍ୟୁର ଅନୁସନ୍ଧାନ କରୁଛି । ପୋଲିସ ଅଭିନେତ୍ରୀଙ୍କ ମୃତ୍ୟୁର କାରଣ ସୁଇସାଇଡ ନୋଟ ଆଧାରରେ ଖୋଜୁଛି । ବୈଶାଳୀ ତାଙ୍କ ଅଭିନୟ ଜୀବନ ମଧ୍ୟରେ ଅନେକ ଲୋକପ୍ରିୟ ସୋରେ ଭାଗ ନେଇଛନ୍ତି । ସେ ‘ସସୁରାଲ ସିମର କା’ ସିରିଏଲରେ ଅଞ୍ଜଳୀ ଭୂୂମିକାରେ ଅଭିନୟ କରି ବେଶ୍ ପରିଚିତ ହୋଇପାରିଥିଲେ । ଏହା ବ୍ୟତୀତ ସେ ସୁପର ସିଷ୍ଟର, ମନମୋହିନୀ ସିଜିନ-୨ ରେ ଭାଗ ନେଇଥିଲେ ।