ରାଜଧାନୀରେ ଗର୍ଜିଲେ ଶିକ୍ଷକ। ସରକାରଙ୍କ ଶିକ୍ଷାନୀତିକୁ ବିରୋଧ।

178

କନକ ବ୍ୟୁରୋ: ରାଜଧାନୀରେ ଏକାଠି ହୋଇ ଦମ ଦେଖାଇଛନ୍ତି ହଜାର ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ । ତିନି ଦଫା ଦାବି ନେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀ । ନୂତନ ପେନସନ ଯୋଜନାରେ ସରକାର ନୀତିବିହୀନ ନିଷ୍ପତି ନେଇଥିବା ଦର୍ଶାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିକ୍ଷକମାନେ । ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧ ଲକ୍ଷରୁ ଅଧିକ ଶିକ୍ଷକ, କର୍ମଚାରୀ ସାମିଲ ହୋଇଛନ୍ତି । ଫଳରେ ଲୋୟର ପିଏମଜିରେ ଲୋୟର ପିଏମଜିରେ ଶାନ୍ତିଶୃଙ୍ଖଳା ପାଇଁ ପୁଲିସରୁ ନାକେଦମ ହେବାକୁ ପଡିଛି । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଲୋୟର ପିଏମଜି ଜାମ ହୋଇଯାଇଛି । ସମ୍ପୃକ୍ତ ଅଞ୍ଚଳକୁ ନିଜ କବଜାକୁ ନେଇଯାଇଛନ୍ତି ଆନ୍ଦୋଳନକାରୀ ।

ସକାଳୁ ସକାଳୁ ହଜାର ହଜାର ଶିକ୍ଷକ ଲୋୟର ପିଏମଜିରେ ଏକାଠି ହୋଇଥିଲେ 
ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଛି 
– ନିୟମତ ହୋଇଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ୬ ବର୍ଷର ୬ଟି ଇନକ୍ରିମେଣ୍ଟ ଦିଆଯାଉ
-ପୁରୁଣା ପେନସନ ଯୋଜନା ଲାଗୁ କରାଯାଉ
-କେନ୍ଦ୍ରୀୟ ହାରରେ ଦରମା ଦିଆଯାଉ

ଏହି ସବୁ ଦାବି ନେଇ ବିଧାନସଭା ସମ୍ମୁଖରେ ମହାସମାବେଶ କରିଛନ୍ତି ଶିକ୍ଷକ । ପିଏସ ଶିକ୍ଷକ ସଂଘର ଦାବି ଗୁଡ଼ିକ ଯଥାର୍ଥ ଏବଂ ସରକାର ସେମାନଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ଦରକାର ବୋଲି କହି ଓଷ୍ଟା ଆନ୍ଦୋଳନକୁ ସମର୍ଥନ ଜଣାଇଛି ।୩ଟି ଦାବି ପୂରଣ ନହେଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।