ବାବା ରାମଦେବଙ୍କ ବ୍ୟୁଟି ଥିଓରୀକୁ ନେଇ ବଢ଼ିଲା ବିବାଦ। ସାମାଜିକ ଗଣମାଧ୍ୟମରେ ଜୋରଦାର ନିନ୍ଦା।

145

କନକ ବ୍ୟୁରୋ: ବାବା ରାମଦେବ ଦେଇଥିବା ବୟାନକୁ ନେଇ ତେଜିଛି ବିବାଦ । ମହାରାଷ୍ଟ୍ର ପୁଣେର ଆୟୋଜିତ ଏକ ଯୋଗଶିବିରରେ ବାବା ଏହି ବୟାନ ଦେଇଛନ୍ତିି । ଯୋଗ ଶିବିରରେ ସାମିଲ ହୋଇଥିବା ମହିଳାମାନେ ଯୋଗ ପାଇଁ ପିନ୍ଧିଥିବା ପୋଷାକକୁ ବଦଳାଇ ପାରିନପାରିବାରୁ, ସବୁବେଳେ ମଜାଳିଆ ଢ଼ଙ୍ଗରେ ବିବୃତି ରଖୁଥିବା ରାମଦେବ ଏହା କହିଛନ୍ତି । କହିଛନ୍ତି, ଆପଣମାନେ ଶାଢିରେ ଭଲ ଦେଖାଯାଆନ୍ତି । ଅମୃତାଜୀଙ୍କ ପରି ସାଲୱାର ସୁଟରେ ଭଲ ଦେଖାଯାଆନ୍ତି ଏବଂ ତାଙ୍କ ପରି କିଛି ନପିନ୍ଧିଲେ ବି ଭଲ ଦେଖାଯାନ୍ତି ।

ବାବା ରାମଦେବଙ୍କ ଏପରି ବୟାନକୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି । ଏମିତିକି ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ମଧ୍ୟ ଟ୍ୱିଟ୍ କରି ରାମଦେବଙ୍କ ବୟାନକୁ ନିନ୍ଦା କରିଛନ୍ତି । ରାମଦେବ, ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ ବୋଲି ସେ ଦାବି କରିଛନ୍ତି । ଉଦ୍ଧବ ଠାକରେ ଗୋଷ୍ଠୀର ସାଂସଦ ସଞ୍ଜୟ ରାଉତ କହିଛନ୍ତି ରାମଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯାଉ । ଓଡିଶାରେ ମଧ୍ୟ ରାମଦେବଙ୍କ ବୟାନକୁ ନିନ୍ଦା କରାଯାଇଛ । ଜଣେ ସାଧୁ ହୋଇ ଏଭଳି ମନ୍ତବ୍ୟ କେମିତି ଦେଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତେବେ ବାବା ଖରାପ ଉଦେଶ୍ୟ ରଖି କିଛି କହି ନଥିବା କହିଛନ୍ତିି ପତଞ୍ଜଳି ଓଡିଶା ମୁଖ୍ୟ ।

ରାମଦେବ ଏପରି ବିବାଦୀୟ ବୟାନ ଦେବା କିଛି ନୂଆ କଥା ନୁହେଁ । ପୂର୍ବରୁ ତାଙ୍କ କମ୍ପାନୀର ରିପଡ ଜିନ୍ସ ପିନ୍ଧିଲେ ହିଁ ଯୁବତୀ ସଂସ୍କାରି ଦେଖାଯିବେ କହି ବିବାଦୀୟ ହୋଇପଡିଥିଲେ । ତେବେ କଠୋର କାର୍ଯ୍ୟାନୁଷ୍ଠାନ ଅଭାବରୁ ଶସ୍ତା ଲୋକପ୍ରିୟତା ଏବଂ ଚର୍ଚ୍ଚାରେ ରହିବା ପାଇଁ ଏଭଳି ବୟାନ ଦିଆଯାଉଥିବା କୁହାଯାଉଛି ।