ଚଳନ୍ତା ଟ୍ରେନ ଇଞ୍ଜିନରେ ଲାଗିଗଲା ନିଆଁ: ଗୋବିନ୍ଦପୁର ଯୋରନ୍ଦା ରୋଡ ନିକଟରେ ହୁତୁହୁତୁ ହୋଇ ଜଳିଗଲା ଇଞ୍ଜିନ

280

କନକ ବ୍ୟୁରୋ: ହୁହୁ ହୋଇ ଜଳିଗଲା ଟ୍ରେନ୍ ଇଞ୍ଜିନ । ଆଠଗଡ଼-ଢେଙ୍କାନାଳ ଗୋବିନ୍ଦପୁର ଯୋରନ୍ଦା ରୋଜ୍ ନିକଟରେ ଟ୍ରେନ ଇଞ୍ଜିନରେ ଲାଗିଲା ନିଆଁ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ଦେଖୁ ଦେଖୁ ନିଆଁ ପୂରା ଇଞ୍ଜିନକୁ ବ୍ୟାପି ଯାଇଥିଲା । ଖବର ପାଇ ଢେଙ୍କାନାଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିଥିଲା । ଆଉ ନିଆଁ ଲିଭାଇବାକୁ ପ୍ରୟାସ ଜାରି ରହିଛି ।