ଆସନ୍ତାକାଲି ଦ୍ୱିତୀୟ ବିଷୟବସ୍ତୁ ଇଂରାଜୀ ପରୀକ୍ଷା: ଅଭିଜ୍ଞ ଶିକ୍ଷକ କହିଲେ, ଭୟ ନକଲେ ଆସିବ ଭଲ ନମ୍ବର

83

କନକ ବ୍ୟୁରୋ: ଆସନ୍ତାକାଲି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ବିଷୟବସ୍ତୁ ଇଂରାଜୀ ପରୀକ୍ଷା ହେବ । ଓଡିଆ ମିଡିୟମ ପିଲାଙ୍କ ପାଇଁ ଇଂରାଜୀ ବାଧ୍ୟତାମୂଳକ ବିଷୟ । ଅନ୍ୟ ବିଷୟ ତୁଳନାରେ ଇଂରାଜୀ ପେପର ବହୁତ ଗୁରୁତ୍ୱପୂର୍ଣ୍ଣ । ପିଲାମାନେ ଭାବନ୍ତି ଯେ ଇଂରାଜୀରେ ଭଲ ମାର୍କ ରଖିବା ସେତେଟା ସହଜ ନୁହେଁ । କିନ୍ତୁ ଇଂରାଜୀରେ ଅଧିକ ରଖିହେବ । ଯଦି ସବୁ ପ୍ରଶ୍ନର ଉତର ସଠିକ୍ ଭାବେ ଲେଖିବେ, ତାହେଲେ ପୂରା ମାର୍କ ମିଳିବ । ତେବେ ଇଂରାଜୀ ପରୀକ୍ଷା ଦେବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କୁ ଅନେକ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିବ । ତେବେ କେମିତି ପରୀକ୍ଷାରେ ଭଲ କରିବେ, ସେ ନେଇ ସରଳ ସୂତ୍ର ବତାଇବେ ଅଭିଜ୍ଞ ଶିକ୍ଷକ ।

ଇଂରାଜୀ ପରୀକ୍ଷା
ଭୟ ନକଲେ
ଭଲ ନମ୍ବର
– ସିଲାବସ୍ ଅନୁଯାୟୀ ପାଠକୁ ଭଲ ଭାବେ ରିଭିଜନ୍ କରନ୍ତୁ
– ବିନା ଚାପରେ ପରୀକ୍ଷା ହଲକୁ ଯାଆନ୍ତୁ
– ପ୍ରଶ୍ନପତ୍ର ପାଇବା ପରେ ପ୍ରଶ୍ନଗୁଡିକୁ ଭଲ ଭାବେ ପଢ଼ନ୍ତୁ
– ଅବ୍ଜେକ୍ଟିଭ୍ ବା ସଂକ୍ଷିପ୍ତ ପ୍ରଶ୍ନର ପ୍ରଥମେ ଉତ୍ତର ଲେଖନ୍ତୁ
– ପ୍ରଶ୍ନର କ୍ରମିକ ନମ୍ବର ନଦେଖି, ଯେଉଁ ପ୍ରଶ୍ନ ସହଜ, ତା’ର ଉତ୍ତର ଆଗ ଲେଖନ୍ତୁ
– ଉତର ଲେଖିବା ପରେ ପୁଣିଥରେ ତାକୁ ଭଲ ଭାବେ ପଢ଼ନ୍ତୁ
– ଭାଷା ପରୀକ୍ଷା ହୋଇଥିବାରୁ ବନାନ ନିର୍ଭୁଲ ଭାବେ ଲେଖନ୍ତୁ
– ଭଲ ମାର୍କ ରଖିବା ପାଇଁ ବ୍ୟାକରଣ ଗୁଡ଼ିକର ସଠିକ ଉତ୍ତର ଲେଖନ୍ତୁ
– ଅନାବଶ୍ୟକ ନଲେଖି କମ୍ ଲେଖନ୍ତୁ, ସଠିକ୍ ଲେଖନ୍ତୁ
– ଭାଷାରେ ଦକ୍ଷତା ପାଇଁ ନୋବେଲ, ଖବରକାଗଜ, ଆର୍ଟିକଲ ପଢ଼ନ୍ତୁ
– ରାତି ଅନିଦ୍ରା ହୁଅନ୍ତୁ ନାହିଁ
– ଅନିଦ୍ରା ହୋଇ ମାନସିକ ଚାପ ବଢ଼ାନ୍ତୁ ନାହିଁ
– ଅତିକମ୍ରେ ୬ ଘଂଟା ଶୁଅନ୍ତୁ
– ରାତିରେ ଜଲଦି ଶୋଇ ଭୋରରୁ ଉଠନ୍ତୁ
– ଦିନକୁ ୫ଟି ଅଧିବେଶନରେ ଭାଗକରି ପଢ଼ିଲେ ଭଲ
– ସୁଷମ ଖାଦ୍ୟ ଖାଆନ୍ତୁ, ପ୍ରଚୁର ପାଣି ପିଅନ୍ତୁ
– ଦିନକୁ ୬ରୁ ୮ ଗ୍ଲାସ ଉଷୁମ ପାଣି ପିଅନ୍ତୁ
– ମାନସିକ ଉଦ୍ବେଗକୁ ନିୟନ୍ତ୍ରଣରେ ରଖନ୍ତୁ
– ପାଠପଢ଼ାକୁ ନେଇ ପିଲାଙ୍କୁ ଅତିରିକ୍ତ ଚାପ ଦିଅନ୍ତୁ ନାହିଁ ଅଭିଭାବକ