ବି.ଆଇ.ଆଇ.ଟି.ଏମରେ ପୋଲିସ୍ କମିଶନରଙ୍କ ସହଭାଗିତାରେ ରକ୍ତଦାନ ଶିବିର ଅନୁଷ୍ଠିତ

60

କନକ ବ୍ୟୁରୋ: ଗତ ୦୭ ତାରିଖ ଦିନ ବି.ଆଇ.ଆଇ.ଟି.ଏମ୍ ରେ ପୋଲିସ୍ କମିଶନରଙ୍କ ସହଭାଗିତାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବମୋଟ ୮୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏ.ସି.ପି ଲଲାଟେନ୍ଧୁ ମହାନ୍ତି ଏବଂ ଅଧକ୍ଷ ମିହିର ରଞ୍ଜନ ମାହାନ୍ତି ରିବନ କାଟି ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଯେଉଁଥିରେ ରେଡ୍କ୍ରସର କର୍ମଚାରୀ ବୃନ୍ଦ ଏବଂ ବି.ଆଇ.ଆଇ. ଟି. ଏମ୍ ର ୩୦ ଜଣ ସ୍ୱଚ୍ଛାସେବୀ ସପୃକ୍ତ ରହି ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ଏଥିରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଗଣ, ଆଡମିନିଷ୍ଟେଟିଭ ଷ୍ଟାପ ଏବଂ ପୂର୍ବତନ ଛାତ୍ରଛାତ୍ରୀ ମାନେ ରକ୍ତ ପ୍ରଦାନ କରିଥିଲେ । ଏହାସହିତ ସେମାନଙ୍କୁ ୩୦ ମିନିଟର ଅନୁଧ୍ୟାନ ସେବା ପ୍ରଦାନ କରାଯାଇଥିଲା ।