୫ଟି ସହରରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘5-G’ ସେବା । ତାଲିକାରେ ରହିଛି କି ଭୁବନେଶ୍ୱରର ନାଁ ?

219

ଦୂରସଂଚାର ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ହେଉଥିବା ୫ଜି ପରୀକ୍ଷଣ ଯୋଜନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି | ଡିସେମ୍ବର ୩୧, ୨୦୨୧ ସୁଦ୍ଧା ଏହି ପରୀକ୍ଷଣ ଶେଷ ହେବ ବୋଲି ଆଶା କରାଯାଉଛି | ଦୂରସଂଚାର ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଏୟାରଟେଲ, ଜିଓ ଏବଂ ଭୋଡାଫୋନ୍ ଆଇଡିଆ ସମେତ ଟେଲିକମ୍ ଅପରେଟରମାନେ ଗୁରୁଗ୍ରାମ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଚଣ୍ଡୀଗଡ଼, ଦିଲ୍ଲୀ, ଜାମନଗର, ଅହମ୍ମଦାବାଦ, ଚେନ୍ନାଇ, ହାଇଦ୍ରାବାଦ, ଲଖନଉ, ପୁଣେ ଏବଂ ଗାନ୍ଧିନଗରରେ ୫ଜି ଟ୍ରାଏଲ୍ ସାଇଟ୍ ବା ୫ଜି ପରୀକ୍ଷଣ ସ୍ଥଳ ସ୍ଥାପନ କରିଛନ୍ତି | ଅର୍ଥାତ ଏହି ୧୩ଟି ସହରରେ ପ୍ରଥମେ ୫ଜି ସେବା ଆରମ୍ଭ ହେବ | ୨୦୨୧ ର ସଫଳତା ବିଷୟରେ ସୂଚନା ପ୍ରଦାନ କରି ଦୂରସଂଚାର ମନ୍ତ୍ରାଳୟ କହିଛି ଯେ ଟେଲିକମ୍ କ୍ଷେତ୍ରରେ ଭାରତ ନେଟରୁ ଆରମ୍ଭ କରି ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଅଧିକ ସଂଖ୍ୟକ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି | ସେହିପରି ଟେଲିକମ୍ କ୍ଷେତ୍ରରେ ୨୦୧୪ ରୁ ୨୦୨୧ ମଧ୍ୟରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ପ୍ରାୟ ୧୫୦ ପ୍ରତିଶତ ବୃଦ୍ଧି ପାଇ ୧,୫୫,୩୫୩ କୋଟିରେ ପହଞ୍ଚିଛି, ଯାହା ୨୦୦୨ ରୁ ୨୦୧୪ ମଧ୍ୟରେ ୬୨,୩୮୬ କୋଟି ଥିଲା ।

ଦୂରସଂଚାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୫ଜି ପରୀକ୍ଷା ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଠଟି କାର୍ଯ୍ୟକାରୀ ସଂସ୍ଥାଙ୍କ ମଧ୍ୟରେ ଆଇଆଇଟି ବମ୍ବେ, ଆଇଆଇଟି-ଦିଲ୍ଲୀ, ଆଇଆଇଟି-ହାଇଦ୍ରାବାଦ, ଆଇଆଇଟି-ମାଡ୍ରାସ, ଆଇଆଇଟି-କାନପୁର, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ବାଙ୍ଗାଲୋର (IISC), ସୋସାଇଟି ଫର ଆପ୍ଲାଏଡ୍ ମାଇକ୍ରୋୱେଭ୍ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଆଣ୍ଡ ରିସର୍ଚ୍ଚ ଏବଂ ସେଣ୍ଟର ଫର ଏକ୍ସଲେନ୍ସ ୱେୟାରଲେସ ଟେକ୍ନୋଲୋଜି ୩୬ ମାସ ଧରି କାମ କରିଆସୁଛନ୍ତି |