୫ଟି ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ : ୧୫ ଦୋକାନ ପାଉଁଶ, ୫୦ହଜାରରୁ ଉର୍ଦ୍ଧ୍ୱ ଟଙ୍କାର କ୍ଷତି

128

କନକ ବ୍ୟୁରୋ : ଚାନ୍ଦବାଲି ବ୍ଲକ ଧାମରା କଇଥଖୋଲା ବଜାରରେ ବିଳମ୍ବିତ ରାତିରେ ଭୟାନକ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ କାରଣରୁ ୧୫ରୁ ଅଧିକ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ୫ଟି ଗ୍ୟାସ ସିଲିଣ୍ଡର ଫାଟିବାରୁ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହେବା ସହ ଭିିଷଣ ଅଗ୍ନିକାଣ୍ଡ ଘଟିଥିଲା ।

ନିଆଁ ଲାଗିଥିବା ଖବର ପାଇଁ ଗ୍ରାମବାସୀ ବହୁତ ଚେଷ୍ଟା କରି ମଧ୍ୟ ନିଆଁକୁ ଆୟତ୍ତ କରିପାରିନଥିଲେ । ନିଆଁ ଲାଗିବାର ୨୦ ମିନିଟ୍ ମଧ୍ୟରେ ଦୋକାନ ଘର ଗୁଡିକ ଜଳିଯାଇଥିଲା । ଏମିତିକି କୌଣସି ଦୋକାନରୁ କିଛି ସାମଗ୍ରୀ ମଧ୍ୟ କାଢିବାକୁ ସମର୍ଥ ହୋଇନଥିଲେ ଦୋକାନୀ । ନିଆଁ ଲାଗିବାର ବହୁତ ସମୟ ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଦୋକାନୀମାନେ ଅଭିଯୋଗ ଆଣିଛନ୍ତି ।