ବନ୍ୟା ବିପଦ ପରେ ଏବେ ଦାଉ ସାଧୁଛି ବିଦ୍ୟୁତ୍ : ଅନ୍ଧାରରେ ଡେଲାଙ୍ଗ ଓ କଣାସର ୩୦ ହଜାର ଉପଭୋକ୍ତା 

ଛାତିଏ ଉଚ୍ଚର ପାଣିରେ ପଶି ଟାଟା ପାୱାର କର୍ମଚାରୀଙ୍କ ଉଦ୍ୟମ; ୮ ଘଣ୍ଟାର ପରିଶ୍ରମ ପରେ ବି ସମ୍ଭବ ହେଲାନି ପ୍ରୟାସ

91

କନକ ବ୍ୟୁରୋ : ବନ୍ୟା ବିପଦ ପରେ ଏବେ ଦାଉ ସାଧୁଛି ବିଦ୍ୟୁତ୍ । ଉପୁଡିପଡିଛି ବିଦ୍ୟୁତ ଖୁଣ୍ଟ । ଦୁଇ ଦିନ ହେବ ଅନ୍ଧାର ଘେରରେ ପୁରୀ ଜିଲ୍ଲାର ଡ଼େଲାଙ୍ଗ ଓ କଣାସ ଅଞ୍ଚଳର ଲୋକ । ଦୟା ନଦୀରେ ଆସିଥିବା ପ୍ରବଳ ବନ୍ୟା ଯୋଗୁଁ ବିଦ୍ୟୁତ ଖୁଣ୍ଟ ଗୁଡିକ ଉପୁଡି ପଡିଛି । ତେଣୁ ଦୁଇ ଦିନ ହେବ ବିଦ୍ୟୁତ ସେବା ବନ୍ଦ ରହିଛି ।

ଏହାଦ୍ୱାରା ପ୍ରାୟ ୩୦ ହଜାର ବିଦ୍ୟୁତ ଉପଭୋକ୍ତା ଅନ୍ଧାରରେ ରହିଛନ୍ତି । ବିଦ୍ୟୁତ ସଂଯୋଗ ପାଇଁ ଟାଟା ପାୱାର ଉଦ୍ୟମ କରିଛି । ପାଖାପାଖି ଆଠ ଘଣ୍ଟା ଧରି ଟାଟା ପାୱାରର କର୍ମଚାରୀ ବିଦ୍ୟୁତ ସେବାକୁ ସଜାଡ଼ିବାକୁ ପ୍ରୟାସ କରିଥିଲେ । ମୋଟର ବୋଟ ସାହାଯ୍ୟରେ ତାର ଟାଣି ବିଦ୍ୟୁତ ସଂଯୋଗକୁ ସ୍ୱାଭାବିକ କରିବାକୁ ପ୍ରୟାସ କରିଥିଲେ । ହେଲେ ପ୍ରୟାସ ସଫଳ ହୋଇ ପାରିନାହିଁ ।