ଅଣ ଗାନ୍ଧୀ ସଦସ୍ୟଙ୍କୁ ସଭାପତି କରିପାରେ କଂଗ୍ରେସ : ଚର୍ଚ୍ଚାରେ ଗେହଲଟ, ଚିଦାମ୍ବରମ ଓ ଖଡଗେଙ୍କ ନାଁ

447

କନକ ବ୍ୟୁରୋ : ତିନି ଦଶନ୍ଧି ପରେ ଅଣ ଗାନ୍ଧୀ ସଦସ୍ୟଙ୍କୁ ସଭାପତି କରିପାରେ କଂଗ୍ରେସ । ସୋନିଆ ଗାନ୍ଧୀ ଅସୁସ୍ଥ ରହିଛନ୍ତି । ତେଣୁ ଏହି ଦାୟିତ୍ୱରେ ରହିବାକୁ ଚାହୁଁନାହାନ୍ତି । ସେହିପରି ରାହୁଲ ଗାନ୍ଧୀ ଦ୍ୱିତୀୟ ଥର ସଭାପତି ହେବାକୁ ରାଜି ହେଉ ନାହାନ୍ତି । ତେଣୁ ଜଣେ ଅଣ ଗାନ୍ଧୀ ପରିବାରର ସଦସ୍ୟଙ୍କୁ ସଭାପତି କରିବାକୁ ଦଳ ଚିନ୍ତା କରୁଛି ।

ଏହି ଦୌଡରେ ଦଳର ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ବ, ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ନାଁ ଚର୍ଚ୍ଚାରେ ରହିଛି । ଯଦିଓ ରାହୁଲ ଗାନ୍ଧୀ ସଭାପତି ହେବାକୁ ମନା କରିଛନ୍ତି । କିନ୍ତୁ କିଛି ନେତା ଏବେବି ରାହୁଲ ଗାନ୍ଧୀଙ୍କୁ ମନାଇକାବୁ ଚେଷ୍ଟା କରୁଥିବା ସୂଚନା ରହିଛି । ଗତକାଲିଠାରୁ ଆରମ୍ଭ ହୋଇଥିବା କଂଗ୍ରେସ ସଭାପତି ନିର୍ବାଚନ ସେପ୍ଟେମ୍ବର ୨୦ରେ ଶେଷ ହେବ ।