ରାହୁଲ ଗାନ୍ଧୀଙ୍କୁ ଅଧ୍ୟାପକ, କୁଳପତିଙ୍କ ସମେତ ୨ଶହ ଶିକ୍ଷାବିତ ଲେଖିଲେ ଖୋଲା ଚିଠି । ରାଜନୀତି ପାଇଁ ମିଥ୍ୟା ପ୍ରଚାର ନକରିବାକୁ ଅପିଲ ।

613

କନକବ୍ୟୁରୋ :କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ବିବାଦରେ ଫସିଛନ୍ତି । ଏଥରକ ତାଙ୍କ ବିରୋଧରେ କୌଣସି ରାଜନୈତିକ ଦଳ ଅଭିଯୋଗ ଆଣି ନାହାଁନ୍ତି, ବଂର କୁଳପତି ଓ ପୂର୍ବତନ କୁଳପତିଙ୍କ ସମେତ ୨ଶହ ଶିକ୍ଷାବିତ ଏକ ଖୋଲାଚିଠି ଲେଖି ରାହୁଲ ଏବଂ କଂଗ୍ରେସ ନାଁରେ ଅଭିଯୋଗ ଆଣିଛନ୍ତି । କଂଗ୍ରେସ ଓ ଏହାର ନେତା ବିଶ୍ୱବିଦ୍ୟାଳୟ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗ କରୁଥିବା ଚିଠିରେ ଉଲ୍ଲେଖ ରହିଛି ।

ଏଥିସହ ନେତା ଓ ଦଳ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କଂଗ୍ରେସ ନେତା କହିଥିଲେ ଯୋଗ୍ୟତା ଆଧାରରେ ନିଯୁକ୍ତି କରାଯ୍ଧମନି ବଂର ବ୍ୟକ୍ତିଗତ ଚିହ୍ନାପରିଚୟରେ ମିଳୁଛି ନିଯୁକ୍ତି । ଏହାକୁ ଖଣ୍ଡନ କରି କୁଳପତି ଓ ଶିକ୍ଷାବିତ କହିଛ୍ତି ଚୟନ ପ୍ରକିୟା କଠୋର, ସ୍ୱଚ୍ଛ, ଅଖଣ୍ଡତା ଉପରେ ଆଧାରି୍ ହୋଇଥାଏ । ବିନା ତଥ୍ୟରେ ଏଭଳି ଆପତିଜନକ ଟିପ୍ପଣୀ ଦେବା ଅନୁଚିତ । ରାଜନୈତିକ ଫାଇଦା ପାଇଁ ବିଶ୍ୱବିଦ୍ୟାଳୟକୁ ବଦନାମ କରିବା ନିନ୍ଦନୀୟ ଅଟେ ।