କୋଟି କୋଟି ଟଙ୍କା ଗଣି ହାଲିଆ ଇଡି ଅଧିକାରୀ । ଝାଡଖଣ୍ଡ ମନ୍ତ୍ରୀ ପିଏଙ୍କ ସହଯୋଗୀ ଓ ସହାୟିକାଙ୍କ ଘରୁ ମିଳିଲା ୩୦କୋଟି ନଗଦ ଟଙ୍କା ।

90

କନକବ୍ୟୁରୋ :ବ୍ୟାଗଠୁ ବେଡ । ଯେଉଁଠି ନଜର ଯାଉଛି ସେଠି ଖାଲି ନୋଟ ବିଡା । ରୁମ ଭିତରେ ଦେଖିବାକୁ ମିଳିଛି ନୋଟର ପାହଡ । ଗଣି ଗଣି ଥକି ହାଲିଆ ହୋଇପଡିଛନ୍ତି ଇଡି ଅଧିକାରୀ । ଝାଡଖଣ୍ଡ ରାଂଚିରେ ଇଡି ରେଡ୍ ବେଳେ ଜବତ ହୋଇଛି ପୁଳା ପୁଳା ଟଙ୍କା । ମିଳିଥିବା ସୂଚନା ଅନୁସାରେ ଝାଡ଼ଖଣ୍ଡର ମନ୍ତ୍ରୀ ଆଲମଗିରିଙ୍କ ବ୍ୟକ୍ତିଗତ ସଚିବ ଓ ତାଙ୍କର କିଛି ସହଯୋଗୀ ଏବଂ ଘରୋଇ ସହାୟକଙ୍କ ଘରେ ଚଢ଼ାଉ ସମୟରେ ୩୦କୋଟିରୁ ଅଧିକ ଟଙ୍କା ଜବତ ହୋଇଛି ।

ଦେଖନ୍ତୁ ଏ ଦୃଶ୍ୟ, କିଭଳି ବିଡା ବିଡା ନୋଟ୍ ପାହାଡ ଭଳି ଗଦା ହୋଇ ରହିଛି । ପ୍ରାୟ ୨୫ କୋଟିରୁ ଉଦ୍ଧ୍ୱର୍ ନଗଦ ଟଙ୍କା ଜବତ ହୋଇଛି । ଝାଡଖଣ୍ଡ ସରକାରରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଆଲମଗୀର ଆଲମଙ୍କ ବ୍ୟକ୍ତିଗତ ସଚିବ ସଂଜୀବ ଲାଲଙ୍କ ଘରୋଇ ସହାୟକଙ୍କ ଘରୁ ଏହି ୧୭ କୋଟି ଟଙ୍କା ମିଳିଛି ଆଜି ସକାଳୁ ଝାଡଖଣ୍ଡର ୯ଟି ସ୍ଥାନରେ ଚଢାଉ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳାୟ ।

ପୂର୍ବତନ ଚିଫ୍ ଇଂଜିନିୟର ବିରେନ୍ଦ୍ର ରାମ ମାମଲା ସହ ଜଡିତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଇଡି ଏବଂ ଚଢାଉବେଳେ କୋଟି କୋଟି ନଗଦ ଟଙ୍କା ଜବତ ହୋଇଛି । ବିରେନ୍ଦ୍ର ରାମଙ୍କୁ ଗିରଫ କରିଛି ଇଡି । ଜମି ଦୁର୍ନତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲରେ ଥିବାବେଳେ ଏବେ ରାଜ୍ୟରେ ଆଉ ଏକ ମହାଘୋଟାଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ମନ୍ତ୍ରୀ ଆଲମଗିରି ଦୁର୍ନୀତିରେ ଲିପ୍ତ ଥିବା ସୂଚନା ପାଇଥିଲା ପ୍ରବର୍ତନ ନିର୍ଦ୍ଦେଶାଳାୟ । ଏହା ପରେ ମନ୍ତ୍ରୀ ଓ ତାଙ୍କର କିଛି ସହଯୋଗୀଙ୍କ ଉପରେ ଇଡି ତୀକ୍ଷଣ ନଜର ରଖିବା ସହ ଆଜି ବ୍ୟକ୍ତିଗତ ସଚିବଙ୍କ ସହାୟକଙ୍କ ଘରୁ ପୁଳାପୁଳା ନୋଟ ଜବତ ହୋଇଛି । ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ଘରୁ ଏତେମାତ୍ରାର ଟଙ୍କା ଜବତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।