ଉଜବେକିସ୍ତାନ କଫ ସିରଫ ମୃତ୍ୟୁ ମାମଲାର ଯାଂଚ ପାଇଁ ନିର୍ଦ୍ଦେଶ ଦେଲେ ଭାରତ ସରକାର । ମେରିୟନ ବାୟୋଟେକର ଡାକ୍-ୱାନ ମେକ୍ସ ସିରପକୁ ଦାୟୀ !

74

କନକ ବ୍ୟୁରୋ : ଉଜବେକିସ୍ତାନରେ କଫ ସିରପ ପିଇ ୧୮ ଶିଶୁ ପ୍ରାଣ ହରାଇଥିବା ମାମଲାର ହେବ ଯାଂଚ । ଘଟଣାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି । ଶିଶୁଙ୍କ ମୃତ୍ୟୁର କାରଣ ପାଇଁ ତଦନ୍ତ ପାଇଁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଉଜବେକିସ୍ତାନଠୁ ସମସ୍ତ ତଥ୍ୟ ମଗାଯାଇଥିବା କହିଛନ୍ତି ଭାରତୀୟ ବୈଦେଶିକମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ । ଉଜବେକିସ୍ତାନରେ ଥିବା ଭାରତୀୟ ଦୂତାବାସ ସ୍ଥିତି ଉପରେ ନଜର ରଖିଥିବା କହିଛି ଏମଇଏ । ସେଂଟ୍ରାଲ ଡ୍ରଗସ ରେଗୁଲେଟୀରି ଟିମ ଓ ଉତରପ୍ରଦେଶ ଡ୍ରଗ୍ସ ଲାଇସନ୍ସ ଅଥିରିଟି ସହ ଯୋଗାଯେଗ କରିଛି । ଶିଶୁଙ୍କ ମୃତ୍ୟୁ ପାଇଁ ଭାରତୀୟ କଂପାନୀକୁ ଦୋଷ ଦେଇଛି ଉଜବେକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ବୟାନ ଜାରି କରି ମନ୍ତ୍ରାଳୟ କହିଛି ନୋଏଡା ସ୍ଥିତ ମେରିୟନ ବାୟୋଟେକ ପ୍ରାଇଭେଟ ଲିମିଟେଡ ଦ୍ୱାରା ପ୍ରସ୍ତୁତ ଥଣ୍ଡା ସିରପ ଡକ ୱାନ ମାକ୍ସ ପିଇ ଶିଶୁଙ୍କ ଜୀବନ ଯାଇଛି ।

ମନ୍ତ୍ରାଳୟ କହିଛି, ମୃତ ଶିଶୁ ହସ୍ପିଟାଲରେ ଭର୍ତି ହେବା ପୂର୍ବରୁ ଡକ ୱାନ ମାକ୍ସ ସିରପକୁ ୨ରୁ ୭ ଦିନ ଯାଏଁ ସେବନ କରିଥିଲେ । ମୋଟ ୨୧ଜଣ ଶିଶୁ ଥଣ୍ଡା ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ମେଡିକାଲରେ ଭର୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଉଜବେକିସ୍ତାନ ଦାବି କରିଛି, ସିରପର ନୂମନା ଯାଂଚରୁ ମିଳିଛି, ଏଥିରେ ଏଲିଥିନ ଗ୍ଲାଇକୋଲ ରହିଛି, ଯାହା ବିଷାକ୍ତ ପଦାର୍ଥ ଭାବେ ଗଣାଯାଏ । ତେଣୁ ଏହାକ ସେବନ କଲେ ବାନ୍ତି, ଅଚେତ ହେବା, ହୃଦଘାତ ଓ କିଡିନୀ ଫେଲ ଭଳି ସମସ୍ୟା ଦେଖାଦେବା ସମ୍ଭାବନା ରହିଛି । ଏହାଛଡା ଆଂଟି କୋଲ୍ଡ ଭାବେ ବ୍ୟବହୃତ ଭାରତୀୟ କଂପାନୀର ଏହି ଔଷଧରେ ନିର୍ଦ୍ଧାରିତ ମାନକ ଠାରୁ ଅଧିକ ଡୋଜ ଥିବା ଦାବି କରାଯାଇଛି । ୧୮ ଶିଶୁଙ୍କ ମୃତ୍ୟୁକୁ ଗମ୍ଭୀରତାର ସହ ନେଇଥିବା କହିଛି ଉଜବେକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରାଳୟ । ଏହି ଘଟଣାରେ ୭ ଜଣ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି । ଏହାଛଡା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଉ ଉଜବେକିସ୍ତାନରେ ତକ ୱାନ ମ୍ୟାକ୍ସ ସିରପ ଓ ଟାବଲେଟ ବିକ୍ରି ଉପରେ କଟକଣା ଜାରି କରାଯାଇଛି ।