ଆକାଶ ଛୁଆଁ ଦର ଦାମ ଭିତରେ ରୋଷେଇ ଗ୍ୟାସର ଦେଖାଦେଇଛି ଘୋର ଅଭାବା ପଲିଥିନ ଭିତରେ ଗ୍ୟାସ ଭର୍ତି କରି ଲୋକେ ବାଇକ-ସାଇକେଲରେ ଦୀର୍ଘ କିଲୋମିଟର କରୁଛନ୍ତି ଯାତ୍ରା

175

କନକ ବ୍ୟୁରୋ : ପାକିସ୍ତାନରେ ଦିନକୁ ଦିନ ବିଗୁଡୁଛି ସ୍ଥିତି । ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଛି । ଘୋର ଅଭାବ ଦେଇ ଗତି କରୁଛି ପଡୋଶୀ ଦେଶ । ଖାଦ୍ୟଠାରୁ ଆରମ୍ଭ କରି ସବୁ ପ୍ରକାର ସାମଗ୍ରୀର ଦର ଏବେ ଆକାଶ ଛୁଆଁ । ଏବେ ପାକିସ୍ତାନରୁ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଯାହା ବେଶ ଚକିତ କରିଛି । କାଙ୍ଗାଳ ପାକିସ୍ତାନରେ ରୋଷେଇ ସିଲ୍ିିଣ୍ଡର ଘୋର ଅଭାବ ଦେଖା ଦେଇଛି । ସ୍ଥିିତି ଏଭଳି ହୋଇଛି କି ପଲିଥିନରେ ଗ୍ୟାସ ଭର୍ତି କରି ବିକ୍ରି କରାଯାଉଛି । ଏହି ଚିତ୍ର ହିଁ ବୟାନ କରୁଛି ଦେଶର ସ୍ଥିତି କିଭଳି ରହିଛି ।

ପଲିଥିନ ବ୍ୟାଗକୁ ଷ୍ଟୋଭ ପାଇପରେ ଯୋଡି ବ୍ୟବହାର କରାଯାଛଛି । ଯାହା ଦ୍ୱାରା ରୋଷେଇ କରିବା ସମ୍ଭବ ହେଉଛି । ବାଇକ କିମ୍ବାର ସାଇକେଲ ବଡ ବଡ ପଲିଥିନରେ ଲୋକମାନେ ଏଭଳି ଭାବେ ଇନ୍ଧନ ନେଉଥିବା ଦେଖିବାକୁ ମିଳିଛି । ସବୁଠୁ ଚିନ୍ତାରର ବିଷୟ ହେଉଛି ଏହି ନବା ଆଣିବା ଭିତରେ ଗ୍ୟାସ ଲିକ ହେଉଛି ଓ କୌଣସି ମୁହୁର୍ତରେ ଏହା ବଡ ଦୁର୍ଘଟଣାର କାରଣ ମଧ୍ୟ ହୋଇପାରେ । ସ୍ଥାନୀୟ ପ୍ର୍ରଶାସନ ଦେଖୁଥିଲେ କି ଚୁପ ରହିଛି । ଗତ ଦୁଇବର୍ଷ ହେବ ପାକିସ୍ତାନର ସ୍ଥିତି କିଛି ଭଲ ନାହିଁ । ସରକାର ବଦଳିବା ପରେ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି ।