ପଟ୍ଟନାଇକିଆ ହତ୍ୟାକାଣ୍ଡ: ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିବା ଘଟଣାରେ ୬ ଜଣଙ୍କୁ ବାନ୍ଧିଲା ପୋଲିସ୍

670

କନକ ବ୍ୟୁରୋ: ପିପିଲି ପଟ୍ଟନାଇକିଆ ଛକ ଟ୍ରିପଲ ମର୍ଡର ଘଟଣା । ହତ୍ୟାକାଣ୍ଡ ନେଇ ଆସିଲା ବଡ ଖବର । ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଥିବା ହତ୍ୟାକାରୀଙ୍କୁ ଗିରଫ କଲା ପୋଲିସ । ରାସ୍ତା ଉପରେ ଗୋଟିଏ ପରିବାରର ୩ ଭାଇଙ୍କ ମୁଣ୍ଡ ଗଡାଇଥିବା ୬ ହତ୍ୟାକାରୀଙ୍କୁ ଗିରଫ କରାଗଲା । ମର୍ଡରର ମାଷ୍ଟରମାଇଣ୍ଡ ସହ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ ।


ତେବେ ଗତକାଲି ଘଟଣାରେ ୪ ଜଣଙ୍କୁ ଅଟକ ରଖିଥିଲା ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ ସହ ୪ ଜଣଙ୍କୁ ଅଟକ ରଖା ଯାଇଥିଲା । ତେବେ କାଲି ଉକ୍ତ ୪ ଜଣଙ୍କୁ ମାରାଥନ ଜେରା ପରେ ମାଷ୍ଟରମାଇଣ୍ଡ ସହ ୬ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ ଗିରଫ ନେଇ ସୂଚନା ଦେଲେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ପୂର୍ବ ଶତ୍ରୁତାକୁ ନେଇ ବେହେରା ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା କହିଛନ୍ତି ପୋଲିସ ଡିଜି ।


ଗତ ରବିବାର ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପିପିଲି ପଟ୍ଟନାଇକିଆ ଛକରେ ଗୋଟିଏ ପରିବାରର ୩ ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଦୁର୍ବୁତ୍ତ । ଟାଙ୍ଗିଆ, ଫାର୍ସାରେ ମଝି ରାସ୍ତାରେ ଗୋଡେଇ ଗୋଡେଇ ହାଣିଥିଲେ ଦୁର୍ବୁତ୍ତ । ପୋଲିସ ଚେକ ପୋଷ୍ଟ ସାମ୍ନାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ହୋଇଥିଲେ ବି ପୋଲିସ ପାଖରେ ୟାର କୌଣସି ଖବର ନଥିଲା । ହତ୍ୟାକାଣ୍ଡ ପରେ ଦୁର୍ବୁତ୍ତମାନେ ଫେରାର ହୋଇ ଯାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ ତୁମୁଳକାଣ୍ଡ ରଚିଥିଲେ । ଛକରେ ଥିବା କିଛି ଦୋକାନରେ ନିଆଁ ଲଗାଇ ଦେବା ସହ ରାସ୍ତାରୋକ ମଧ୍ୟ କରିଥିଲେ ।

Comments are closed.