କାଉଡିଆଙ୍କ ପ୍ରଥମ ପସନ୍ଦ ମୋଦି-ଯୋଗୀ ଟି-ସାର୍ଟ ! ବଜାରରେ ମୋଦି-ଯୋଗୀ ଚିତ୍ର ଥିବା ଟି-ସାର୍ଟର ବଢୁଛି ଚାହିଦା ।

203

ଲୋକସଭା ନିର୍ବାଚନ ଶେଷ ହୋଇଯାଇଥିଲେ ମଧ୍ୟ ବଜାରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋଲଗା ଟି-ସାର୍ଟ ଏବେ ବି ଚାହିଦାରେ ରହିଛି । ଶ୍ରାବଣ କାଉଡି ଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରେ କାଉଡିଆ ମାନେ ମୋଦି ଏବଂ ଯୋଗୀଙ୍କ ଫଟୋଲଗା ଗେରୁଆ ରଙ୍ଗର ଟି-ସାର୍ଟ କିଣିବାକୁ ଖୁବ୍ ଭଲ ପାଉଛନ୍ତିି ।

ଯୁବକମାନେ ମହାଦେବ ଏବଂ ମାତା ପାର୍ବତୀଙ୍କ ସଙ୍ଗେ ମୋଦି/ଯୋଗୀଙ୍କ ଫଟୋଲଗା ଟି-ସାର୍ଟକୁ କିଣୁଛନ୍ତି । କିଛି କିଛି ସାର୍ଟରେ ତ୍ରୀରଙ୍ଗାର ଚିତ୍ର ମଧ୍ୟ ରହିଛି । ସାଧାରଣତଃ କାଉଁରିଆମାନେ ସାଧା ଗେରୁଆ କପଡା କିମ୍ବା ମହାଦେବଙ୍କ ଚିତ୍ର ଥିବା ସାର୍ଟ ପିନ୍ଧୁଥିବା ବେଳେ ଏବେ ମୋଦି/ଯୋଗୀଙ୍କ ଫଟୋଲଗା ଟି-ସାର୍ଟର ମଧ୍ୟ ଖୁବ୍ ଚାହିଦା ରହିଛି । କିଛି ଯୁବପିଢୀ କୁହନ୍ତି , କେବେ କ୍ରିକେଟର୍ ଏବଂ ସିନେ ତାରକାଙ୍କ ପାଇଁ ପାଗଳ ହେଉଥିବା ଯୁବପିଢି ଏବେ ମୋଦି ଏବଂ ତାଙ୍କ କାମ ପ୍ରତି ପାଗଳ ହେଉଛନ୍ତି ।