ଶ୍ରୀନଗରରୁ ଧରାପଡିଲା ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ ୱସିର୍ ଅହମ୍ମଦ ! ମୁଣ୍ଡ ଉପରେ ଥିଲା ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି

179

ଦିଲ୍ଲୀ ପୋଲିସ୍ ର ସ୍ପେଶାଲ୍ ସେଲ୍ ଜୈସ୍-ଏ-ମହମ୍ମଦର ଆତଙ୍କବାଦୀ ୱସିର୍ ଅହମ୍ମଦ୍ କୁ ଶ୍ରୀନଗରରୁ ଗିରଫ କରିଛି । ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ୱସିର୍ ଅହମ୍ମଦ ଉପରେ ଦିଲ୍ଲୀ ପୋଲିସ୍ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ୨୦୦୭ ମସିହାରେ ଦିଲ୍ଲୀ ପୋଲିସ୍ ସହ ହୋଇଥିବା ଏନକାଉଣ୍ଟର ପରେ ଅହମ୍ମଦକୁ ପୋଲିସ୍ ଗିରଫ କରିଥିଲା । କିନ୍ତୁ ନିମ୍ନ ଅଦାଲତ ଅହମ୍ମଦ୍ କୁ ଜାମିନ ଦେଇଥିଲେ । କିନ୍ତୁ ହାଇକୋର୍ଟରେ ଯେତେବେଳେ ଏହି କେସ୍ ଚାଲିଲା ଜଜ୍ ଅହମ୍ମଦ୍ କୁ ପୁନଶ୍ଚ ଗିରଫ ପାଇଁ ଆଦେଶ ଦେଇଥିଲେ । ଜାମିନ ମିଳିବା ପରଠାରୁ ଅହମ୍ମଦ୍ ହାଇକୋର୍ଟରେ ହାଜିର ହୋଇନଥିଲା । ଏହି ମାମଲାର ୨ ବର୍ଷ ପୂର୍ବରୁ ଅହମ୍ମଦ୍ ର ଦୁଇ ସାଥି ଫେୟାଜ୍ ଏବଂ ମଜିଦ୍ ବାବାକୁ ଦିଲ୍ଲୀ ପୋଲିସ୍ ଚଳିତ ବର୍ଷ ଗିରଫ କରିଥିଲେ ।