ଅଜବ ଘଟଣା : ଜଣେ ବ୍ୟକ୍ତିର ପେଟରୁ ବାହାରିଲା ୬୩୯ଟି ନଖ !
କୋଲକାତା : କୋଲକାତା ମେଡିିକାଲ କଲେଜ ଏବଂ ହସ୍ପିଟାଲର ଜଣେ ଡାକ୍ତର ସିଜୋଫ୍ରେନିଆ ରୋଗରେ ପୀଡ଼ିତ ଥିବା ଜଣେ ୪୮ ବର୍ଷ ବୟସ୍କ ବ୍ୟକ୍ତଙ୍କ ପେଟରୁ ୬୩୯ଟି ନଖ ଅପରେସନ୍ କରି ବାହାର କରିଛନ୍ତି । ଲୋକଟି ସବୁଦିନ ନିଜର ନଖ ଖାଉଥିବାରୁ ଏପରି ହୋଇଛି ବୋଲି କହିଛନ୍ତି ଡାକ୍ତର । ସିଜୋଫ୍ରେନିଆ ରୋଗରେ ପୀଡ଼ିତ ଥିବା ଲୋକଟି ସବୁଦିନ ନିଜର ନଖ ଏବଂ ମାଟି ଖାଉଥିଲା । ଯାହାଫଳରେ କିଛି ସପ୍ତାହ ପୂର୍ବରୁ ତାର ପେଟ ବିନ୍ଧା ଆରମ୍ଭ ହୋଇଥିଲା । ଏ ନେଇ ସେ ଏକ ନର୍ସିଂହୋମରେ ଦେଖାଇଥିବା ବେଳେ ଡାକ୍ତର ତାଙ୍କୁ ଏକ୍ସରେ କରିବାକୁ କହିଥିଲେ । ରିପୋର୍ଟରୁ ଜଣା ପଡ଼ିଲା ଯେ ତାଙ୍କ ପେଟରେ ବହୁତ ପରିମାଣରେ ନଖ ଜମା ହୋଇ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ପରେ ତାଙ୍କୁ ତୁରନ୍ତ କୋଲକାତା ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ପଠା ଯାଇଥିଲା। ସେଠାରେ ତାଙ୍କ ଅପରେସନ କରାଯାଇଥିଲା। ପ୍ରାୟ ୧ ଘଣ୍ଟା ୪୫ ମିନିଟ୍ ପର୍ଯ୍ୟନ୍ତ ତାଙ୍କ ଅପରେସନ୍ ଚାଲିଥିଲା । ଏହା ପରେ ତାଙ୍କ ପେଟରୁ ୨.୫ ଇଞ୍ଚ୍ ଆକାରର ୬୩୯ଟି ନଖ ବହାରିଥିଲା। ଏକ ମ୍ୟାଗ୍ନେଟ ସାହାଯ୍ୟରେ ନଖକୁ ବହାର କରାଯାଇଥିଲା।
ତାଙ୍କ ଅବସ୍ଥା ଏବେ ଭଲ ଅଛି । କିନ୍ତୁ ତାଙ୍କ ଅବସ୍ଥା ସଂପୂର୍ଣ୍ଣ ଭାବେ ଭଲ ନ ହେବା ପର୍ଯ୍ୟନ୍ତ ତାଙ୍କୁ ହସ୍ପିଟାଲରେ ରଖାଯିବ ବୋଲି କହିଛନ୍ତି ଡ଼କ୍ଟର ସିଦ୍ଧାର୍ଥ ବିଶ୍ୱାସ ।