ପ୍ରେମିକାକୁ ଉପହାର ଦେବା ପାଇଁ କଲେଜ ଛାତ୍ରଙ୍କ ଗଞ୍ଜେଇ ବେପାର! ପୋଲିସ ଆଖିରେ ଧୁଳିଦେବା ପାଇଁ ଲଗଜୁରି ହୋଣ୍ଡା ସିଟିରେ ହେଉଥିଲା ଚାଲାଣ

40

କନକ ବ୍ୟୁରୋ : ଗଞ୍ଜେଇ ଚୋରାଚାଲାଣର ନୂଆ ତରିକା । ବିଳାସମୟ ହୋଣ୍ଡା ସିଟି କାରରେ ଗଞ୍ଜେଇ ଚାଲାଣ । ଆଶ୍ଚର୍ଯ୍ୟର କଥା ହେଉଛି ଯୁକ୍ତ ତିନିରେ ପାଠ ପଢ଼ୁଥିବା କିଛି ଛାତ୍ର ଗଞ୍ଜେଇ ଚୋରି ପାଇଁ ଏହି କାରକୁ ବାଛି ଥିଲେ । ଭାବିଥିଲେ ହୋଣ୍ଡା ସିଟି ଗାଡିରେ ଗଞ୍ଜେଇ ନେଲେ କେହି ସନ୍ଦେହ କରିବେ ନାହିଁ, ଏବଂ ସେମାନେ ସହଜରେ ଗଞ୍ଜେଇ ଚାଲାଣ କରିବେ ।

ମଙ୍ଗଳବାର ସକାଳ ପ୍ରାୟ ୬ଟାରେ କଟକ ଜୋବ୍ରା ଦେଇ ଯାଉଥିବା ଏହି ଗଞ୍ଜେଇ ଭର୍ତି ହଣ୍ଡା ସିଟି କାରକୁ ଧରି ପକାଇଥିଲା କଟକ ଅବକାରୀ ସ୍କାର୍ଡ । ପଚରା ଉଚରା ପରେ ପୋଲିସ୍ ଜାଣିବାବୁ ପାଇଥିଲା ଯେ ଫୁଲବାଣୀ ଟିକାବାଲି କଲେଜର ଯୁକ୍ତ ତିନିରେ ପାଠ ପଢ଼ୁଥିବା କିଛି ଛାତ୍ର ଅଧିକ ଟଙ୍କା ରୋଜଗାର କରିବାକୁ ନୂଆ କରି ଏହି ବାଟ ବାଛିଛନ୍ତି ।

ଦାମୀ ମୋବାଇଲ୍ ଧରିବା , ଗାର୍ଲଫ୍ରେଣ୍ଡ ପାଇଁ ଦାମିକା ଗିଫ୍ଟ କିଣିବା ଏହି ଛାତ୍ରଙ୍କର ମୁଖ୍ୟ ଉଦେଶ୍ୟ ଥିଲା । ଘରୁ ବାପାଙ୍କ ଠାରୁ ପାଠପଢ଼ା ପାଇଁ ଅଳ୍ପ ଟଙ୍କା ମିଳୁଥିବାବେଳେ ଏମାନଙ୍କର ଆବଶ୍ୟକତା କିନ୍ତୁ ଢ଼େର ଅଧିକ ବଢ଼ି ଯାଇଥିଲା । ଆଉ ଏଥିପାଇଁ ନୂଆ ଉପାୟରେ ଗଞ୍ଜେଇ ଚାଲାଣ ବାଟ ବାଛି ନେଇଥିଲେ ।