ଚୀନରୁ ମିଳିଲା ନୂଆ ଭୁତାଣୁ ‘ଜୁନୋଟିକ୍ ଲାଙ୍ଗିଆ’ । ଏପର୍ଯ୍ୟନ୍ତ ୩୫ ସଂକ୍ରମିତ ଚିହ୍ନଟ

238

କନକ ବ୍ୟୁରୋ : କରୋନା ପରେ ଏବେ ପୁଣି ଚାଇନାରୁ ଏକ ନୂଆ ଭୂତାଣୁ ଚିହ୍ନଟ ହୋଇଛି । ଏହାକୁ ବୈଜ୍ଞାନିକମାନେ ‘ଜୁନୋଟିକ୍ ଲାଙ୍ଗିଆ’ ବୋଲି ନାମକରଣ କରିଛନ୍ତି । ଚାଇନାରେ ଏବେ ୩୫ ଜଣ ଲୋକଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ତାଇୱାନର ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ତରଫରୁ କୁହାଯାଇଛି ଯେ ଏପର୍ଯ୍ୟନ୍ତ ଏହି ଭୂତାଣୁ ଦ୍ୱାରା ୩୫ ଜଣ ସଂକ୍ରମିତ ହୋଇଛନ୍ତି । ତାଇପେ ପକ୍ଷରୁ ଏହି ଭୂତାଣୁ ଚିହ୍ନଟ ଓ ଏହାର ଗତିବିଧି ଉପରେ ନଜର ରଖିବାକୁ ଏକ ନ୍ୟୁକ୍ଲିକ ଏସିଡ ପରୀକ୍ଷଣ ବିଧି ସ୍ଥାପନ କରୁଛି । ହେଲେ ଏହି ଭୂତାଣୁ ମଣିଷ ଠାରୁ ମଣିଷକୁ ବ୍ୟାପୁ ନଥିବା କଥା ପ୍ରାରମ୍ଭିକ ପରୀକ୍ଷଣରୁ ଜଣାପଡିଛି ।

ସୂଚନା ମୁତାବକ ଚୀନର ଲେଙ୍ଗିଆ ହୋନିପାଭାଇରସ ଦେଶରର ଶନଡେଙ୍ଗ ଓ ହେନାନ ଅଞ୍ଚଳରୁ ଚିହ୍ନଟ ହାଇଛି । ଏହି ଭୂତାଣୁ ପଶୁମାନଙ୍କ ଠାରୁ ମଣିଷକୁ ସଂକ୍ରମଣ କରୁଥିବା କଥା କୁହାଯାଇଛି   । ତାଇୱାନର ଜଣେ ଅଧିକାରୀଙ୍କ କହିବା ମୁତାବକ ଏପର୍ଯ୍ୟନ୍ତ ହୋଇଥିବା ପରୀକ୍ଷଣରୁ ସ୍ପଷ୍ଟ ହୋଇଛି କି ଏହା ମଣିଷ ଠାରୁ ମଣିଷକୁ ସଂକ୍ରମିତ କରୁନାହିଁ । ଅନ୍ୟପଟେ ଏକ ପରୀକ୍ଷଣରୁ ଜଣାପଡିଛି କି ଏହି ଭୂତାଣୁ ଛେଳୀଙ୍କ ଠାରେ ୨ ପ୍ରତିଶତ ଓ କୁକୁରଙ୍କ ଠାରୁ ୫ ପ୍ରତିଶତ ସଂକ୍ରମିତ ହୋଇଛି ।

ସେପଟେ କିଛି ଅଧିକାରୀଙ୍କ କହିବା ମୁତାବକ ୨୫ ଟି ପଶୁଙ୍କୁ ନେଇ ଏକ ପରୀକ୍ଷଣ କରାଯାଇଥିଲା । ଏଥିରୁ ୨୭ ପ୍ରତିଶତ ପଶୁଙ୍କ ଠାରେ ଏହି ଭୂତାଣୁ ଥିବା କଥା ଜଣାପଡିଛି । ସେପଟେ ସଂକ୍ରମିତ ହୋଇଥିବା ୩୫ ଜଣ ମଧ୍ୟରେ କୌଣସି ପ୍ରକାର ସଂପର୍କ ନଥିବା କଥା ସ୍ପଷ୍ଟ ହୋଇଛି ।