ହର ହର ଶମ୍ଭୁ : କେବେ ବିରୋଧ କେବେ ବିବାଦ

356

କନକ ବ୍ୟୁରୋ : ହର ହର ଶମ୍ଭୁ । ସାରାଦେଶରେ ଏହି ଗୀତ ବେଶ ଲୋକପ୍ରିୟତା ଅର୍ଜନ କରିଛି । ଓଡିଆ ଝିଅ ଅଭିଲିପ୍ସା ଗାଇଥିବା ଏହି ଗୀତକୁ ମିଲିୟନ ମିଲିୟନ ଲୋକ ୟୁଟ୍ୟୁବରେ ଶୁଣିଛନ୍ତି । ଅଭିଲିପ୍ସାଙ୍କ ପରେ ଫରମାନୀ ନାଜ ନାମକ ଜଣେ କଣ୍ଠଶୀଳ୍ପୀ ଏହି ଗୀତକୁ ଗାଇ ଚର୍ଚ୍ଚାରେ ରହିଛନ୍ତି । ଫରମାନୀ ଗାଇଥିବା ଗୀତଟିକୁ ମଧ୍ୟ ଲକ୍ଷ ଲକ୍ଷ ଲୋକ ଶୁଣିଛନ୍ତି ।

କିନ୍ତୁ ଫରମାନୀ ଏହି ଗୀତକୁ ଗାଇବା ପରେ ବିବାଦ ମୁଣ୍ଡ ଟେକିଛି । ଗୀତ ଲେଖିଥିବା ମୂଳ ଗୀତିକାର ଜିତୁ ଶର୍ମା, ଫରମାନୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛନ୍ତି । କପି ରାଇଟ୍ ଆକ୍ଟ ଅନୁସାରେ ମାମଲା ରୁଜୁ କରିବାକୁ ଯୋଜନା କରୁଛନ୍ତି । ଜିତୁଙ୍କ କହିବା କଥା ଫରମାନୀ ତାଙ୍କ ଗୀତକୁ ଗାଇଥିଲେ ବି ଏହା ତାଙ୍କର ଅରିଜିନାଲ ଗୀତ ବୋଲି କହୁଛନ୍ତି ।