୨୦୨୩ ନୂଆବର୍ଷ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ : ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ହୋଟେଲ, ରେଷ୍ଟୁରାଣ୍ଟରେ ସ୍ୱତନ୍ତ୍ର ପ୍ରସ୍ତୁତି

85

କନକ ବ୍ୟୁରୋ : ୨୦୨୩ ନୂଆବର୍ଷ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଦୁଇ ବର୍ଷ ପରେ ବିନା କୋଭିଡ କଟକଣାରେ ଉତ୍ସବ ପାଳନ ପାଇଁ ସବୁ ପ୍ରକାରରର ପ୍ରସ୍ତୁତି ଶେଷ ହୋଇଛି । ଅପେକ୍ଷା ରାତି ୧୨ଟାକୁ । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ରଙ୍ଗିନ୍ ଲାଇଟରେ ସଜେଇ ହୋଇଛି ହେଲେଟ, ବାର ଓ ପପ୍ । ଡିଜେର ଧୁମରେ ମତୁଆଲା ହେବେ ଯୁବପିଢି ।

ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାର ପ୍ରମୁଖ ହୋଟେଲଗୁଡିକରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏଥିପାଇଁ ଓଡ଼ିଶା ଆସିଛନ୍ତି ବହୁ ନାମୀଦାମୀ କଣ୍ଠଶିଳ୍ପୀ, ଅଭିନେତା ଓ ଅଭିନେତ୍ରୀ । କଳ୍ପନା ସ୍ଥିତ ପୁଷ୍ପକ ହୋଟେଲରେ ଜିରୋ ନାଇଟ୍ ସହ ଡିନରର ବ୍ୟବସ୍ଥା କରଯାଇଛି । ପଟିଆରେ ଥିବା କିଛି ରେଷ୍ଟୁରାଣ୍ଟରେ ଆଜି ସନ୍ଧ୍ୟାଠୁ ଉତ୍ସବ ପାଳନର ଆୟୋଜନ ମଧ୍ୟ କରାଯାଇଛି । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବିଭିନ୍ନ ହୋଟେଲରେ ଟିକେଟ୍ ୫୦୦ରୁ ୨ ହଜାର ମଧ୍ୟରେ ରହିଥିବା ଦେଖିବାକୁ ମିଳିଛି ।