ଚର୍ଚ୍ଚାରେ ବାହୁବଳୀ ଥାଳି । ଖାଇ ସଫା କଲେ ମିଳିବ ୧ଲକ୍ଷ ଟଙ୍କା

958

କନକ ବ୍ୟୁରୋ: ହାଇଦ୍ରାବାଦର ଏକ ରେଷ୍ଟୁରାଣ୍ଟ ଦେଉଛି ଏପରି ସ୍ପେଶାଲ ଅଫର । ଦେଶରେ ଶେଷ ହୋଇଛି ଲକହାଉନ୍ ଓ ସଟଡାଉନ୍ । ଧିରେ ଧିରେ ସୁଧୁରିବାରେ ଲାଗିଛି ବେପାର ବଣିଜ । ଏହି କ୍ରମରେ ବିଭିନ୍ନ ଫୁଡ୍ ବ୍ଲଗର ବିଭିନ୍ନ ପ୍ରକାର ଫୁଡ୍ ଚ୍ୟାଲେଂଜ ସୋସିଆଲ ମିଡିଆରେ ସେୟାର କରି ଚର୍ଚ୍ଚାକୁ ଆସୁଛନ୍ତି । ଷ୍ଟ୍ରିଟ୍ ଫୁଡ୍ ଆଇଟମଠୁ ଆରମ୍ଭ କରି ଫାଇଭ ଷ୍ଟାର ହୋଟେଲର ଫୁଡ ଆଇଟମ୍ ସେୟାର କରି ପ୍ରଶଂସା ସାଉଁଟୁଛନ୍ତି । ଏହି କ୍ରମରେ ଏବେ ହାଇଦ୍ରାବାଦର ଏକ ରୋସ୍ତୋରାଁ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

ଲୋକଙ୍କୁ ଆକୃଷ୍ଟ କରିବାକୁ ଏହି ରୋଷ୍ଟୋରାଁ ମାଲିକ ଘୋଷଣା କରିଛନ୍ତି ଏକ ବଡ ଅପର୍ । ଏହି ଫୁଡ୍ ଚ୍ୟାଲେଂଜକୁ ଅନେକ ଫୁଡ୍ ବ୍ଲଗର ସୁଟିଙ୍ଗ କରି ସେୟାର କରିଛନ୍ତି । ଏହି ଚ୍ୟାଲେଞ୍ଜରେ ଗ୍ରାହକଙ୍କୁ ରେସ୍ତେରାଁର ବାହୁବଳୀ ଥାଳିକୁ ଖାଇ ଶେଷ କରିବାକୁ ପଡିବ । କିନ୍ତୁ ଏଥିପାଇଁ ଗୋଟିଏ ସର୍ତ୍ତ ମଧ୍ୟ ରଖିଛନ୍ତି ରୋସ୍ତାରାଁ ମାଲିକ ।

ନୂଆ ଚ୍ୟାଲେଞ୍ଜରେ ଏପରି ବାହୁବଳୀ ଥାଳି ଖାଇ ଶେଷ କଲେ ମିଳିବ ୧ଲକ୍ଷ ଟଙ୍କାର ପୁରସ୍କାର । ଏହି ବାହୁବଳୀ ଥାଳିରେ ମୋଟ ୩୦ ଶାକାହାରୀ ଓ ଆମିଷ ବ୍ୟଞ୍ଜନ ରହିଛି । ଚିକେନ୍ ବିରିୟାନୀଠାରୁ ଆରମ୍ଭ କରି ପ୍ରନ୍ କରି , ଶିଜୁଆନ୍ ନୁଡୁଲ୍ସ, ରାଇତା, ସାଲାଡ୍ ଓ ପାନୀୟ ମଧ୍ୟ ରହିଛି । ଏହା ଶୁଣିବା ପରେ ଆପଣ ଭାବୁଥିବେଳେ ଏତିକି ସବୁ ଖାଇବାରେ କ’ଣ ଅଛି । ସହଜରେ ଲକ୍ଷେ ଟଙ୍କା ମିଳିଯିବ ତାହେଲେ ଆପଣଙ୍କ ଅନୁମାନ ହୁଏତ ଭୁଲ ହୋଇପାରେ । ମାତ୍ର ଅଧ ଘଣ୍ଟାରେ ଏହି ଥାଳିକୁ ଶେଷ କରିବାକୁ ପଡିବ । ଖାଇବାକୁ ବି ସମୟ ଧାର୍ଯ୍ୟ କରାଯାଇଛି । ପୁରା ଥାଳିକୁ ଶେଷ କରିବାକୁ ଅଧଘଣ୍ଟା ସମୟ ଦିଆଯିବ ।

ଏପରି ନିଆରା ଅଫର ଦେଇଛି ହାଇଦ୍ରାବାଦର ଫୁଡ୍ ଜଏଣ୍ଟ ରେସ୍ତୋରାଁ । ବାହୁବଳୀ ଥାଳିର ମୂଲ୍ୟ ରହିଛି ୧୮୦୦ ଟଙ୍କା । ୧ ଲକ୍ଷ ଟଙ୍କା ଜିତିବା ପାଇଁ ଥାଳିରେ ଥିବା ସମସ୍ତ ବ୍ୟଞ୍ଜନ ଏପରିକି ସାଲାଡ୍ ଓ ଚଟନି ମଧ୍ୟ ସେହି ଅଧଘଣ୍ଟା ମଧ୍ୟରେ ଶେଷ କରିବାକୁ ପଡିବ । ଏହି ପୁଡ୍ ଚ୍ୟାଲେଞ୍ଜ ଖବର ଭାଇରାଲ ହେବା ମାତ୍ରେ ଅନେକ ଏହାକୁ ଜିିତିବାକୁ ରୋସ୍ତେରାଁରେ ପହଞ୍ଚିଛନ୍ତି । କିନ୍ତୁ ଏଯାଏଁ କେହି ବି ଏହି ପୁରସ୍କାର ଜିତିପାରିନାହାଁନ୍ତି । ହେଲେ ଏହି ଅଫର ଜିତିବାକୁ ରୋସ୍ତୋରାଁରେ ଗ୍ରାହକଙ୍କ ସଂଖ୍ୟା କିନ୍ତୁ ଯଥେଷ୍ଟ ବଢିଯାଇଛି ।

କେବଳ ଏତିକି ନୁହେଁ ହାଇଦ୍ରାବାଦ ଓ ପଞ୍ଜାବର କିଛି ରେଷ୍ଟୁରାଣ୍ଟରେ ମଧ୍ୟ ଗ୍ରାହକଙ୍କୁ ସ୍ୱତନ୍ତ୍ର ଫୁଡ୍ ଅଫର ଦିଆଯାଉଥିବା ନଜିର ରହିଛି । ଏହାପୂର୍ବରୁ ବାହୁବଳୀ ଦୋଷା ମଧ୍ୟ ବେଶ ଲୋକପ୍ରିୟ ହୋଇଛି । ହେଲେ ଏହାକୁ ଖୁବ କମ୍ ଗ୍ରାହକ ଖାଇ ପୁରସ୍କାର ପାଇପାରିଛନ୍ତି ।
ବ୍ୟୁରୋ ରିପୋର୍ଟ- କନକ ନ୍ୟୁଜ୍