ରାୟଗଡାରେ ରାଜନାଥ ସିଂହଙ୍କ ଦମ୍ଭୋକ୍ତି । ଓଡିଶାରେ ସବୁ ଲୋକସଭା ପୋଛିନେବ ବିଜେପି । ସେପଟେ କଂଗ୍ରେସର ଓଡିଶା ପ୍ଲାନ୍, ଖୁବଶୀଘ୍ର ଆସିବେ ଖଡଗେ, ରାହୁଲ ଓ ପ୍ରିୟଙ୍କା

92

କନକ ବ୍ୟୁରୋ: ମୋଦି, ଶାହ ନଡ୍ଡାଙ୍କ ପରେ ଓଡିଶାରେ ରାଜନାଥ ସିଂ । ଭବାନୀପାଟଣା ଓ ରାୟଗଡାରେ ଜନସଭାକୁ ସମ୍ବୋଧିତ କରି ବିଜେପି ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ । ଦୁଇଟି ଯାକ ସଭା ମଞ୍ଚରେ ଗରିବୀଙ୍କୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ରାଜନାଥ । କହିଛନ୍ତି, କଳାହାଣ୍ଡି ଗରିବ ଓ ଦାରିଦ୍ର୍ୟ ପାଇଁ ପରିଚିତ ଥିଲା । କଂଗ୍ରେସ ଗରିବୀ ହଟାଇବାକୁ ପ୍ରତିଶ୍ରୃତି ଦେଇଥିଲା । କିନ୍ତୁ କଂଗ୍ରେସ ଦ୍ୱାରା ଏହା ସମ୍ଭବ ହେଲା ନାହିଁ ।

  • ବିଜେପି ଫୋକସରେ ଓଡିଶା
  • ମୋଦି, ନଡ୍ଡାଙ୍କ ପରେ ରାଜନାଥଙ୍କ ରଣହୁଙ୍କାର

ଆଗାମୀ କିଛି ବର୍ଷରେ କଳାହାଣ୍ଡି ବାବଦରେ ଧାରଣା ବଦଳିଯିବ ବୋଲି କହିଛନ୍ତି ରାଜନାଥ । ସେହିଭଳି ରାୟଗଡା ସଭାରେ ରାଜ୍ୟରେ ଏଥର ମାହୋଲ ବଦଳିଛି । ଚିତ୍ର କିଛି ଅଲଗା ରହିଛି ବୋଲି କହିଛନ୍ତି ରାଜନାଥ ସିଂହ । ଯାହା ଆମେ କହୁ ,ତାହା କରୁ ବୋଲି କହିଛନ୍ତି ରାଜନାଥ ସିଂହ । ରାଜ୍ୟରେ ୨୧ରୁ ୨୧ ଲୋକସଭା ଆସନ ବିଜେପି ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜନାଥ ସିଂହ ।

  • ଦକ୍ଷିଣ ଭୋଟ୍ ଉପରେ ବିଜେପିର ଆଖି
  • ଦୁଇଦିନିଆ ଗସ୍ତରେ ଛତିଶଗଡ ମୁଖ୍ୟମନ୍ତ୍ରୀ

ଦକ୍ଷିଣ ଓଡିଶାର ଭୋଟ ଉପରେ ବିଜେପି ଫୋକସ କରିଛି । ଏହି ଅଞ୍ଚଳର ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଦୁଇଦିନିଆ ଗସ୍ତରେ ଆସିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ । କୋଟପାଡ ଓ ଉମରକୋଟରେ ଆଜି ଜନସଭା କରି ବିଜେପି ପ୍ରାର୍ଥୀ ପାଇଁ ପ୍ରଚାର କରିଛନ୍ତି । କାଲି ମଧ୍ୟ ସେ ପଟାଙ୍ଗି, କୋରାପୁଟ ଓ ଲକ୍ଷୀପୁରରେ ମାରାଥନ ପ୍ରଚାର କରିବେ ।
ତେବେ ରାଜ୍ୟରେ ବିଜେପି ପ୍ରଚାରକୁ ଜୋରଦାର କରିଥିବାବେଳେ କଂଗ୍ରେସ କିନ୍ତୁ ପଛରେ ପଡିଛି । ରାହୁଲ ଗାନ୍ଧିଙ୍କ ୁଛାଡିଦେଲେ ଏଯାଏଁ କୌଣସି ବଡ ନେତା ଓଡିଶା ଆସିନାହାନ୍ତି । କେବଳ ଆସିବେ ଆସିବେ ବୋଲି କହୁଛି ରାଜ୍ୟ କଂଗ୍ରେସ ।

ଅନ୍ୟପଟେ ଖୁବଶୀଘ୍ର ଓଡିଶା ଆସିବେ କଂଗ୍ରେସର ଷ୍ଟାର ପ୍ରଚାରକ । ଏମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ରେବନ୍ତ ରେଡ୍ଡୀ ଓ ପ୍ରିୟଙ୍କା ଗାନ୍ଧି ଓ ସଚିନ ପାଇଲଟ । ବିଭିନ୍ନ ସ୍ଥାନରେ ଏମାନେ ନିର୍ବାଚନୀ ସଭା କରିବେ । ତେବେ କଂଗ୍ରେସର ବଡ ନେତା ଆସିବା ନେଇ ତାରିଖ ସ୍ଥିର ହୋଇନାହିଁ । ଆଜି କାଶୀପୁରରେ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭୁପେଶ ବାଘେଲ । କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ସହ ଆଗକୁ ନରେନ୍ଦ୍ର ମୋଦି, ଶାହ ଓ ଗଡକରୀ ଆସୁଥିବାରୁ ନିର୍ବାଚନୀ ମାହୋଲ କମ୍ପିବ ।