ବଡବିଲରେ ବିଚ୍ ରାସ୍ତାରେ ଗୁଳିକାଣ୍ଡ : ଘଟଣାସ୍ଥଳରେ ଟଳି ପଡିଲେ ସୁନୀଲ ସିହ୍ନା; ପୁଲିସର ତଦନ୍ତ ଆରମ୍ଭ

318

କନକ ବ୍ୟୁରୋ : ବିଚ୍ ରାସ୍ତାରେ ଗୁଳିକାଣ୍ଡ । ବଡବିଲ ଅଞ୍ଚଳରେ ସକାଳୁ ସକାଳୁ ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ସୁନୀଲ ସିହ୍ନା ବୋଲି ଜଣାପଡିଛି । ସୁନୀଲ ବଡବିଲ ପୌରାଧ୍ୟକ୍ଷ ଲାଲଟୁ ମହାନ୍ତଙ୍କ ନିକଟତର ଲୋକ ବୋଲି ଜଣାପଡିଛି । ଘରକୁ ଫେରୁଥିବା ବେଳେ ତାଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା । ଗୁଳିମାଡରେ ସୁନୀଲଙ୍କ ମୃତ୍ୟୁ ହୋଇଯାଇଛି । ସେହିଭଳି ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ବେଳେ ସେଠାରୁ ଏକ ଖୋକା ଜବତ ହୋଇଛି ।