ଭାରତୀୟ ଜୀବନ ବୀମା ନିଗମର ବଡ ଘୋଷଣା । ଏବେ କୌଣସି ଶାଖାରେ ବି କରିପାରିବେ ମ୍ୟାଚୁରିଟି କ୍ଲେମ । ଜାଣନ୍ତୁ ଏ ନେଇ କ’ଣ କରିବାକୁ ହେବ ଆପଣଙ୍କୁ

281

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ସରକାରୀ ଜୀବନ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ ତା’ର କୋଟି କୋଟି ଗ୍ରାହକଙ୍କ ସୁବିଧା ପାଇଁ ଏକ ବଡ ଘୋଷଣା କରିଛି । ଏବେ ଗ୍ରାହକ ମାନେ ସେମାନଙ୍କ ପଲିସି ମ୍ୟାଚୁରିଟି ହେବା ପରେ ଏନେଇ ଦେଶର କୌଣସି ବି ଏଲଆଇସି ବ୍ରାଞ୍ଚରେ ନିଜର ଡକ୍ୟୁମେଣ୍ଡ ଜମା କରି ମ୍ୟାଚୁରିଟି ରାଶି ପାଇପାରିବେ । କହିରଖୁ କି  ବୀମା ଧାରକ ମାନେ କୌଣସି ବି ବ୍ରାଞ୍ଜରେ ମ୍ୟାଚୁରିଟି ପାଇଁ ଡକ୍ୟୁମେଣ୍ଟ ଜମା କଲେ ବି ଏହା ପ୍ରୋସେସିଂ ମୂଳ ବ୍ରାଞ୍ଚରେ ହେବ । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭାରତୀୟ ଜୀବନ ବୀମା ନିଗମ ।

ସୂଚନା ଥାଉକି ଦେଶର ସବୁଠାରୁ ବଡ ସରକାରୀ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମର ଦେଶରେ ୧୧୩ ଟି ଡିଭିଜନ କାର୍ଯ୍ୟାଳୟ, ୨୦୪୮ ଟି ବ୍ରାଞ୍ଚ ଓ ୧୫୨୬ ଟି ଛୋଟ କାର୍ଯ୍ୟାଳୟ ରହିଛି । ଏହାସହ ୭୪ ଟି ଗ୍ରାହକ ସେବା କେନ୍ଦ୍ର ମଧ୍ୟ ରହିଛି । ଯେଉଁଠାରେ କି ଗ୍ରାହକ ମାନଙ୍କର ମ୍ୟାଚୁରିଟି ଦାବି ଗ୍ରହଣ କରାଯାଏ ।

ଏଲଆଇସି ପକ୍ଷରୁ କୁହାଯାଇଛି କି ଏହି ସୁବିଧା ଏବେ ପରୀକ୍ଷଣ ଆଧାରରେ ଆରମ୍ଭ କରାଯାଇଛି । ଏହି ସୁବିଧାର ଲାଭ ମାର୍ଚ୍ଚ ୩୧ ଯାଏ  ଗ୍ରାହକ ମାନେ ଉଠାଇ ପାରିବେ । କହିରଖୁ କି ଏବେ ଏଲଆଇସି ପାଖରେ ୨୯ କୋଟିରୁ ଅଧିକ ଗ୍ରାହକ ରହିଛନ୍ତି । ବୀମା କାରବାରରେ ଦେଶରେ ସବୁଠାରୁ ଭରଶା ଯୋଗ୍ୟ କମ୍ପାନୀ ଭାବେ ଲୋକମାନଙ୍କ ପାଖରେ ଏଲଆଇସି ବେସ୍ ଗ୍ରହଣୀୟ ହୋଇପାରିଛି ।