ସୋରରେ ସୁନା ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ : ୫୦ ଗ୍ରାମ୍ ସୁନା ନେଇ ବାଇକରେ ଯିବା ପରେ ମିଳୁନି ପତ୍ତା; ସୋର ପୋଲିସର ତନାଘନା

116

କନକ ବ୍ୟୁରୋ : ସୋରରୁ ଆସିଲା ଅଭାବନୀୟ ଖବର । ସୁନା ବ୍ୟବସାୟୀଙ୍କୁ ସୁନା କିଣିବାକୁ ଫୋନ୍ କରି ଡକାଇଲେ । ପ୍ରାୟ ୫୦ ଗ୍ରାମର ସୁନା ଅଳଙ୍କାର ନେଇ ବ୍ୟବସାୟୀ , ଗ୍ରାହକଙ୍କ ପାଖକୁ ଯିବା ପରେ ତାଙ୍କର ଆଉ ପତ୍ତା ମିଳୁନି । ଏହାକୁ ନେଇ ପରିବାର ଲୋକେ ସୋର ଥାନାରେ ଅପହରଣ ଅଭିଯୋଗ କରିଛନ୍ତି ।

ସୋରର ସୁଭମ ଜୁଏଲାରୀ ମାଲିକଙ୍କ ସହିତ ଘଟିଛି ଏପରି ଘଟଣା । ଅଭିଯୋଗ ଅନୁସାରେ, ଗତକାଲି ଦାଣ୍ଡହରିପୁର ଅଂଚଳର ସୁମନ୍ତ ମଳିକ ନାମକ ଯୁବକ ଗହଣା କିଣିବା ପାଇଁ ଶୁଭମ ଜୁଏଲାରୀର ପ୍ରହଲ୍ଲାଦ ବେହେରାଙ୍କୁ ଫୋନ୍ କରି ଡକାଇଥିଲେ । ପ୍ରହଲ୍ଲାଦ ୫୦ ଗ୍ରାମର ସୁନା ଅଳଙ୍କାର ନେଇ ଦାଣ୍ଡହରିପୁର ଗାଁକୁ ଯିବା ପରଠାରୁ ତାଙ୍କର ପତ୍ତା ମିଳୁନି । ତାଙ୍କର ମୋବାଇଲ୍ ଫୋନ୍ ମଧ୍ୟ ସୁଇଚଅଫ୍ ଆସୁଛି ।

କିଛି ଦିନ ତଳେ ସୋର ଅଂଚଳର ଜଣେ ଯୁବକକୁ କୋଲକାତାର ଚବିଶପ୍ରଗଣା ଅଂଚଳରେ ମୁଣ୍ଡଜାମିନ୍ ଖବର ଲୋକଙ୍କ ମନରୁ ଲିଭିନି । ଏପରି ସମୟରେ ଶୁଭମ ଜୁଏଲାରୀର ସୁନା ବ୍ୟବସାୟୀଙ୍କ ଏପରି ନିଖୋଜ ଖବର ଅଂଚଳରେ ଭୟ ଖେଳାଇ ଦେଇଛି ।