ସରୋଗାସି ମାତୃତ୍ୱକୁ ନେଇ ବିବାଦୀୟ ମନ୍ତବ୍ୟ । ବିବାଦରେ ଲେଖିକା ତସଲିମା ନସରିନ୍ ।

349

କନକ ବ୍ୟୁରୋ: ସବୁବେଳେ ନିଜ ଲେଖାକୁ ନେଇ ବିବାଦରେ ରହି ଆସୁଥିବା ଖ୍ୟାତନାମା ଲେଖିକା ତସଲିମା ନସରିନ୍ ପୁଣିଥରେ ବିବାଦ ଘେରକୁ ଆସିଛନ୍ତି । ଏଥର କିନ୍ତୁ କୌଣସି ସାହିତ୍ୟ ଲେଖାକୁ ନେଇ ନୁହେଁ ବରଂ ଜଣେ ସେଲିବ୍ରିଟିଙ୍କ ମାତୃତ୍ୱକୁ ନେଇ । ନିକଟରେ ‘ସରୋଗାସି’ ମାଧ୍ୟମରେ ମାତୃତ୍ୱ ଲାଭ କରି କନ୍ୟାସନ୍ତାନର ସୁଖ ପାଇଥିବା ପ୍ରିୟଙ୍କା ଚୋପ୍ରାଙ୍କ ଉପରେ ଏକ ମନ୍ତବ୍ୟ ଦେଇ ଟ୍ୱିଟ କରିଛନ୍ତି ତସଲିମା, ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଛନ୍ତି ୟୁଜର୍ସ ।


ତସଲିମା ଲେଖିଛନ୍ତି ଯେ, ଆଜିକାଲି ସମାଜରେ ସରୋଗାସି ମାତୃତ୍ୱ ସଂଖ୍ୟା ବଢିବାରେ ଲାଗିଛି । ହେଲେ ଏପରି ମାତୃତ୍ୱ ପାଉଥିବା ମହିଳାମାନଙ୍କର ଅନୁଭୂତି କିପରି । ସେମାନେ କ’ଣ ସେହିପରି ଅନୁଭବ କରନ୍ତି, ଯେପରି ବାସ୍ତବରେ ଗର୍ଭ ଧାରଣ କରିଥିବା ଜଣେ ମହିଳା ଅନୁଭବ କରିଥାନ୍ତି? ଏହାସହ ସରୋଗାସି ପାଇଁ ରାଜି ହୋଇଯାଉଥିବା ଅଭାବୀ ମହିଳାଙ୍କ ସାହଯ୍ୟ ନେଇ ଗରିବୀକୁ ଅଟ୍ଟହାସ୍ୟ କରାଯାଉଛି ବୋଲି ମଧ୍ୟ ତସଲିମା ଟ୍ୱିଟ କରିଛନ୍ତି ।

ଅନ୍ୟପଟେ ତସଲିମା ଏପରି ଟ୍ୱିଟ୍ କରିଛନ୍ତି ଯାହାକୁ ନେଇ ୟୁଜର୍ସମାନଙ୍କ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜିକାଲି ସମାଜରେ କାହାର କେତେ ସମସ୍ୟା । ତେଣୁ ହୁଏତ କିଛି ସମସ୍ୟା ପାଇଁ କେହି ଏପରି ସରୋଗାସି ମାତୃତୃକୁ ଆପଣାଉଛନ୍ତି । ଏହା ବ୍ୟତୀତ କାହାରି ବ୍ୟକ୍ତିଗତ ମାମଲାରେ ତସଲିମାଙ୍କ ପରି ଜଣେ ବ୍ୟକ୍ତିତ୍ୱକୁ ଏପରି କଟାକ୍ଷ କରିବା ଶୋଭା ପାଏନାହିଁ ବୋଲି ୟୁଜର୍ସ ମତପ୍ରକାଶ କରିଛନ୍ତି ।

ୟୂଜର୍ସଙ୍କ ପ୍ରତିକ୍ରିୟା ପ୍ରକାଶ ପରେ ନିଜ ମନ୍ତବ୍ୟକୁ ନେଇ ସ୍ପଷ୍ଟୋକ୍ତି ବ୍ୟକ୍ତ କରିଛନ୍ତି ତସଲିମା ନସରିନ୍ । ତାଙ୍କ ଟ୍ୱିଟ୍ ସରୋଗାସି ମାତୃତ୍ୱ ଉପରେ, କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ଉପରେ ନୁହେଁ । ଅଭିନେତ୍ରୀ ପ୍ରିୟଙ୍କା ଉପରେ ତ ଆଦୌ ନୁହେଁ । ସେ ପ୍ରିୟଙ୍କା ଓ ନିକ୍ ଜୋନ୍ସଙ୍କୁ ବହୁତ ଭଲ ପାଆନ୍ତି ବୋଲି ଆଉ ଏକ ଟ୍ୱିଟ୍ କରି ଜଣାଇଛନ୍ତି ।