ପୁଣି ବଢିଲା ତାଇୱାନ-ଚୀନ ଯୁଦ୍ଧ ଆଶଙ୍କା : ତାଇୱାନକୁ ବଳପୂର୍ବକ ଦଖଲ କରିବାକୁ ଜିନପିଙ୍ଗଙ୍କ ଚେତାବନୀ

130

କନକ ବ୍ୟୁରୋ : ଚୀନର ଶାସନ ପରିବର୍ତନ ଦାବିରେ ବିକ୍ଷୋଭ ଦେଖିବାକୁ ମିଳୁଥିବା ବେଳେ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା ତଥା ସିପିପିର ବୈଠକ ବୁଧବାର ଠାରୁ ଆରମ୍ଭ ହୋଇଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହେବାର ଥିବା ବେଳେ ଆଜୀବନ କ୍ଷମତାରେ ରହିବା ପ୍ରସ୍ତାବକୁ ସିପିସିରେ ମଞ୍ଜୁରୀ ମିଳିପାରେ । ତାଇୱାନକୁ ନେଇ ଆମେରିକା ସହ ଚୀନର ବିବାଦ ଜାରି ରହିଥିବା ବେଳେ ସାମରିକ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି ଜିନପିଙ୍ଗ ।

ଏଥିସହ ସ୍ୱୟଂଶାଶିତ ଦେଶ ତାଇୱାନକୁ ଚୀନ ସହ ମିଶାଇବା ପାଇଁ ମିଲିଟାରୀ ଫୋର୍ସର ବ୍ୟବହାରର ବିକଳ୍ପ ତାଙ୍କ ପାଖରେ ଥିବା ନେଇ ଚେତାବନୀ ନେଇଛନ୍ତି ଚୀନ ରାଷ୍ଟ୍ରପତି । ତାଇୱାନ ନିଜକୁ ସ୍ୱତନ୍ତ୍ର ବୋଲି ଦାବି କରୁଥିଲେ ବି ଚୀନ ଏହାକୁ ନିଜର ଅଂଶ ବୋଲି ବିବେଚନା କରୁଛି । ତେବେ ହଂକଂକୁ ଚୀନ ସମ୍ପୁର୍ଣ୍ଣ ନିଜ ଅକ୍ତିଆରକୁ ଆଣିସାରିଥିବା କହିଛନ୍ତି ଦାବି କରିଛନ୍ତି ଜିନପିଙ୍ଗ୍ । ଜିନପିଙ୍ଗଙ୍କ ଏଭଳି ଚେତାବନୀ ପରେ ତାଇୱାନ ଏହାର ଯବାବ ରଖିଛି । ନିଜ ସାର୍ବଭୌମତ୍ୟ, ଗଣତନ୍ତ୍ର ଏବଂ ସ୍ୱାଧୀନତାକୁ ନେଇ ତାଇୱାନ କୌଣସି ପ୍ରକାରର ବୁଝାବଣା କରିବ ନାହିଁ ବୋଲି ତାଇପେଇ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ରବିବାରଠୁ ରାଜଧାନୀ ବେଜିଂରେ ଆରମ୍ଭ ହୋଇଥିବା କମ୍ୟୁନିଷ୍ଟ ପାର୍ଟିର ୨୦ତମ ଜାତୀୟ କଂଗ୍ରେସ ବୈଠକ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ୨ହଜାର ୨୯୬ ନିର୍ବାଚିତ ପ୍ରତିନିଧି ବୈଠକରେ ସାମିଲ ହେବେ । ଏହି ସମ୍ମିଳନୀରେ ଚୀନର ନୂଆ ନେତମାନଙ୍କ ସର୍ମ୍ପକରେ ଘୋଷଣା କରାଯିବ । ଏକଥା ମଧ୍ୟ ଶୁଣିବାକୁ ମିଳୁଛି କି ନୂଆ ରାଷ୍ଟ୍ରପତି ଘୋଷଣା ହେବା ପୂର୍ବରୁ କମ୍ୟୁନିଷ୍ଟ ପାର୍ଟିର କ୍ୟାବିନେଟରେ ବଡ ଧରଣର ଅଦଳବଦଳ ହେବ । ରାଷ୍ଟ୍ରପତି ସି ଜିନପିଙ୍ଗ ପୁଣି ଥରେ ଚୀନର ରାଷ୍ଟ୍ରପତି ହେବା ଏକପ୍ରକାର ସ୍ଥିର ହୋଇସାରିଛି । ଯଦି ଏହା ହୁଏ ତେବେ କ୍ରମାଗତ ୩ଥର ପାଇଁ ଜିନପିଙ୍ଗଙ୍କ ହାତରେ ଚୀନର ଶାସନ ଡୋରୀ ରହିବ ।