ନିର୍ବାଚନ ପୂର୍ବରୁ ଟଙ୍କା ବଣ୍ଟାଯାଉଥିବା ଅଭିଯୋଗ ଆଣିଲେ ଧର୍ମେନ୍ଦ୍ର ପ୍ରଧାନ: ଛେଣ୍ଡିପଦା ସଭାରେ କହିଲେ, ଗତକାଲି ରାତିରୁ ଜଣକ ପିଛା ବଂଟାଯାଉଛି ହଜାରେ ଟଙ୍କା

182

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଟଙ୍କା ବଂଟାଯାଉଥିବା ଅଭିଯୋଗ । ଏପରି ଅଭିଯୋଗ ଆଣିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ରାତିରୁ ଜଣକ ପିଛା ହଜାରେ ଟଙ୍କା ବଂଟା ଯାଉଥିବା ଛେଣ୍ଡିପଦା ସଭାରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରୁ କୋଟି କୋଟି ଟଙ୍କା ଲୁଟି ଥିବା ଦୁର୍ବୃତ ଟଙ୍କା ବାଂଟୁଥିବା କହିଛନ୍ତି ଧର୍ମେନ୍ଦ୍ର ।

ବିରୋଧୀଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି, ଭୋଟରଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦେଇ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରାଇଦେବେନି ବୋଲି ଭାବୁଛନ୍ତି । କିନ୍ତୁ ଭୋଟର ମନସ୍ଥ କରିଛନ୍ତି ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବେ । ଛେଣ୍ଡିପଦାକୁ ଅଗ୍ରଣୀ ଅଞ୍ଚଳ କରିବାର ଦାୟିତ୍ୱ ମୁଁ ନେବି । ଓଡ଼ିଶାରେ ୨୪ ବର୍ଷ ହେବ ଶାସନ ଚାଲିଛି । କିନ୍ତୁ ଘରକୁ ପିଇବା ପାଣି ଆସୁନି, ଜମିକୁ ପାଣି ଆସୁନି, ସ୍କୁଲରେ ଶିକ୍ଷକ ନାହାନ୍ତି, ହସ୍ପିଟାଲରେ ଡାକ୍ତର ନାହାନ୍ତି । ଏଠିକାର ଯୁବକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ତେଣୁ ଏ ସରକାରକୁ ବଦଳାଇବାକୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର । ବିଜେପି ସରକାର ଆସିଲେ ଧାନ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ମିଳିବ, ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ମିଳିବ, କେନ୍ଦୁପତ୍ର ବିଡା ୨ ଟଙ୍କା ହେବ ।