ମୁହାଁମୁହିଁ ହେବେ ଋଷ ଓ ନାଟୋ : ଆଜିଠୁ ଅକ୍ଟୋବର ୩୦ ତାରିଖ ଯାଏ କରିବେ ଆଣବିକ ଡ୍ରିଲ

158

କନକ ବ୍ୟୁରୋ : ଋଷ-ୟକ୍ରେନ ଯୁଦ୍ଧ ଭିତରେ ଆଜି ମୁହାଁମୁହିଁ ହେବେ ଋଷ ଓ ନାଟୋ । ଆଜିଠୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ନାଟୋ ଦେଶଗୁଡିକ ନିଜ ନିଜର ଶକ୍ତି ପଦର୍ଶନ କରିବେ । ସାଧାରଣତଃ ଋଷ ଅକ୍ଟୋବର ମାସରେ ଆଣବିକ ଅସ୍ତ୍ର ପରୀକ୍ଷଣ କରିଥାଏ । ସମାନ ସମୟରେ ଆମେରିକା ଏବଂ ପାଶ୍ଚାତ୍ୟଦେଶଗୁଡିକ ମଧ୍ୟ ପରମାଣୁ ଡ୍ରିଲ ‘ଷ୍ଟିଡଫାଷ୍ଚ ନୁନ’ କରିବାକୁ ଯାଉଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଋଷ ପରମାଣୁ ଆକ୍ରମଣ କଲେ ଆମେରିକା ଚୁପ୍ ବସିବନାହିଁ ବୋଲି କହିସାରିଛନ୍ତି । ପୂର୍ବରୁ ପରମାଣୁ ଆକ୍ରମଣ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ଧମକ ଦେଇଥିବାରୁ ଦୁଇ ପକ୍ଷ ମୁହାଁମୁହିଁ ହେଲେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାକୁ ଟାଳି ହେବ ନାହିଁ । ଏପଟେ ଋଷିଆ ସେନା ଶିବିରରେ ଦୁଇଜଣ ବନ୍ଧୁକଧାରୀ ପଶି ଆକ୍ରମଣ କରିବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି ।

ଯୁଦ୍ଧ ଭିତରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ୟୁକ୍ରେନ ମହିଳାମାନଙ୍କୁ ଦୁସ୍କର୍ମ କରିବାକୁ ଋଷ ସେନାକୁ ଭାଇଗ୍ରା ଭଳି ଯୌନ ଉତେଜନ ଔଷଧ ଦିଆଯାଉଥିବା ଜାତିସଂଘ ରାଷ୍ଟ୍ରଦୂତ ପ୍ରମିଲା ପାଟେନ୍ କହିଛନ୍ତି । ଯୌନ ନିର୍ଯ୍ୟାତନା ଭଳି ଅମାନବୀୟ ବ୍ୟବହାର ଋଷର ଯୁଦ୍ଧ ରଣନୀତି ବୋଲି ପାଟେନ୍ କହିଛନ୍ତି । ଯାହାକୁ ନେଇ ସାରା ବିଶ୍ୱ ଚିନ୍ତାପ୍ରକଟ କରିଛି ।