କେନ୍ଦୁଝର ଚମ୍ପୁଆରେ ଅରୁଣ ଗୋଭିଲଙ୍କ ଜନସଭା । ବିଜେପି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ,କହିଲେ ବିଜେପି ଆସିଲେ ହେବ ବିକାଶ ।

109

କନକବ୍ୟୁରୋ:ଓଡ଼ିଶାରେ ରାମାୟଣର ରାମ । ଲୋକପ୍ରିୟ ଧାରାବାହିକ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଥିବା ଅରୁଣ ଗୋଭିଲ ଆଜି କେନ୍ଦୁଝର ଚମ୍ପୁଆରେ ପ୍ରଚାର କରିଛନ୍ତି । ବିଜେପିର ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇଛନ୍ତି ଷ୍ଟାର ପ୍ରଚାରକ ଅରୁଣ ଗୋଭିଲ ।

ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି, ଜନସାଧାରଣଙ୍କୁ ଭୋଟ ଦେବାକୁ କଲେ ଅପିଲ୍ । ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଚଳିତ ନିର୍ବାଚନରେ ୪ଶହ ସିଟ୍ ପାର ହେବାକୁ ଯାଉଛି ।

ଏହି କ୍ରମରେ କେନ୍ଦୁଝର ଲୋକସଭାର ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ସମସ୍ତ ବିଧାନସଭାର ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି । ଭୋଟଗ୍ରହଣ ଦିନ ପ୍ରଥମେ ମତସାବ୍ୟସ୍ତ ଓ ପରେ ଜଳପାନ ପାଇଁ ଭୋଟରଙ୍କୁ ଅରୁଣ ଗୋଭିଲ ନିବେଦନ କରିଛନ୍ତି ।