ରାଧାକୃଷ୍ଣଙ୍କ ଫଟୋଚିତ୍ରକୁ ନେଇ ରାଗିଗଲେ ୟୁଜର୍ସ, ଟ୍ୱିଟରରେ ଟ୍ରେଣ୍ଡ କରୁଛି ଆମାଜନ ବଏକଟ।

88

କନକ ବ୍ୟୁରୋ: ଇ-କମର୍ସ କମ୍ପାନୀ ଆମାଜନର କିଛି ଉତ୍ପାଦକୁ ନେଇ ଅନେକ ଥର ବିରୋଧର ସାମ୍ନାକରିବାକୁ ପଡିଛି । କେତେବେଳେ କେଉଁ ରାଜ୍ୟର ପତାକା ତ କେତେବେଳେ ଇଶ୍ୱର ଏବଂ ଦେବତାଙ୍କ ସମ୍ବନ୍ଧୀୟ ଉତ୍ପାଦକୁ ନେଇ ଆମାଜନ ବଏକଟର ନାରା ମଧ୍ୟ ଦେଖିବାକୁ ମିଳିଛି । ପୁଣିଥରେ ସାମାଜିକ ଗଣମାଧ୍ୟମରେ ଆମାଜନ ବଏକଟ ଟ୍ରେଣ୍ଡ ହେବାରେ ଲାଗିଛି ।

ଟ୍ୱିଟରରେ ବଏକଟ ଆମାଜନ ଏବଂ ବଏକଟ ଏକ୍ସଟିକ ଇଣ୍ଡିଆ ଟ୍ରେଣ୍ଡ କରିବାରେ ଲାଗିଛି । ଏହାର କାରଣ ଆମାଜନରେ ଉପଲବ୍ଧ ଥିବା ରାଧାକୃଷ୍ଣଙ୍କର ଗୋଟିଏ ଫଟୋ । ହିନ୍ଦୁ ଜନଜାଗୃତି ସମିତି ଇ-କମର୍ସ ପ୍ଲାଟଫର୍ମ ଆମାଜନ ବିରୋଧରେ କଡା ପଦକ୍ଷେପ ନେବାକୁ ଦାବି କରିଛି

ଏହି ମାମଲାରେ ହିନ୍ଦୁ ଜନଜାତି ସମିତି ବେଙ୍ଗାଲୁରୁର ସୁବ୍ରମଣ୍ୟମ ନଗର ଥାନାରେ ମାମଲା ରୁଜୁ କରିଛି । ବାବାଦୀୟ ଫଟୋଚିତ୍ର ଏକ୍ସଟିକ୍ ଇଣ୍ଡିଆର ୱେବସାଇଟରେ ମଧ୍ୟ ଉପଲବ୍ଧ ରହିଛି । ରାଧା-କୃଷ୍ଣଙ୍କ ବିବାଦୀୟ ଚିତ୍ର ଜନ୍ମାଷ୍ଟମୀରେ ବିକ୍ରି ପାଇଁ ଉପଲବ୍ଧ ଥିଲା ଯାହାକୁ ନେଇ ଏହି ଦୁଇ କମ୍ପାନୀକୁ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି ।