‘୨୦୨୪ ନିର୍ବାଚନ: ମୋଦୀ-କେଜ୍ରିୱାଲ ଟକ୍କର’ । ସିବିଆଇ ରେଡ୍ ପରେ ମନୀଷ ସିସୋଦିଆଙ୍କ ଦୃଢୋକ୍ତି ।

266

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କୁ ଏବେ ଗୋଟିଏ ଚିନ୍ତା । ତାଙ୍କ ଦଳ ବ୍ୟତୀତ ଯଦି ଅନ୍ୟ କୌଣସି ଦଳର ସରକାର ଉନ୍ନତି କରୁଛି ତାକୁ କିପରି ଇଡି , ସିବିଆଇ ଡର ଦେଖାଇ ତଳିତଳାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ମୋଦୀ । କିନ୍ତୁ ଆମେ ଭଗତ ସିଂଙ୍କ ଅନୁଗତ । କାହାରି ଧମକକୁ ଡରିବୁ ନାହିଁ । ଦେଶ ସେବା ପାଇଁ ଦରକାର ପଡିଲେ ଆମେ ଜେଲ ଯିବୁ , ଜୀବନ ବି ଦେବୁ’ । ସିବିଆଇ ରେଡ୍ ପରେ ପ୍ରେସମିଟରେ ଏପରି କହିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।

‘ନିଜର ଆଧିପତ୍ୟ ବିସ୍ତାର କରିବାକୁ କିଛି ବି କରିପାରନ୍ତି ମୋଦୀ । ଅର୍ଥ ବଳରେ ହେଉ ବା ଇଡି, ସିବିଆଇର ଡର ଦେଖାଇ ଅନ୍ୟ ସବୁ ଦଳର ସରକାରକୁ ଭାଙ୍ଗିବାର ଚେଷ୍ଟାରେ ଲାଗିପଡିଛନ୍ତି ମୋଦୀ । ମୋଦୀ ୨୪ ଘଣ୍ଟା କେବଳ ଅନ୍ୟ ସରକାରକୁ ଭାଙ୍ଗବାର ସ୍ୱପ୍ନ ଦେଖୁଛନ୍ତି । ଲୋକେ ଆପଣଙ୍କୁ ଦେଶର ଦାୟିତ୍ୱ ଦେଇଛନ୍ତି, ଦେଶ କଥା ବୁଝ, ଯାହାକୁ ରାଜ୍ୟ କଥା ଦିଆଯାଇଛି । ସେମାନଙ୍କୁ ସେମାନଙ୍କ ବିକାଶ ବାଟରେ ଯିବାକୁ ଦିଅ । ମୋଦୀଙ୍କ ଏଭଳି ଗୋଡଟଣା ନୀତିକୁ ନେଇ ଦେଶବାସୀ ଅତିଷ୍ଠ ହୋଇଗଲେଣି । ତେଣୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ମୋଦୀ ଭର୍ସେସ୍ କେଜ୍ରିୱାଲ । ୨୦୨୪ ନିର୍ବାଚନରେ କ୍ରେଜ୍ରିୱାଲ ହିଁ ମୋଦୀଙ୍କୁ କଡା ଟକ୍କର ଦେବେ’ । ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନୀଷ ସିସୋଦିଆ ।