ଲଗାଣ ବର୍ଷାରେ ଭୂସ୍ଖଳନ : ଜାତୀୟ ରାଜରାସ୍ତାରେ ଖସିଲା ପାହାଡ ; ଅଳ୍ପକେ ବର୍ତ୍ତିଲେ ଲୋକେ

78

କନକ ବ୍ୟୁରୋ : ଲଗାଣ ବର୍ଷାରେ ଭୂସ୍ଖଳନ । ଜାତୀୟ ରାଜରାସ୍ତାରେ ଖସିଲା ପାହାଡ । ଅଳ୍ପକେ ବର୍ତ୍ତିଲେ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ୪୯ ନମ୍ବର ଜାତୀୟ ରାଜପଥର ଜୁଡିଆ ଘାଟି ନିକଟରେ । ଏଠାରେ ବାରମ୍ବାର ପଥର ଖସିଲେ ବି ପ୍ରଶାସନ ଚେତୁ ନଥିବା ଅଭିଯୋଗ ହୋଇଛି । ଗତ କିଛି ଦିନ ପୂର୍ବରୁ ଜାତୀୟ ରାଜପଥରେ ପାହାଡରୁ ବିଶାଳ ପଥର ଖସିଥିବାବେଳେ ଆଜି ପୁଣିଥରେ ଏଠାରେ ପାହାଡରୁ ବଡ ବଡ ପଥର ଖସିଥିବା ଦେଖିବାକୁ ମିଳିଛି ।

ଫଳରେ ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗତ ବର୍ଷ ମଧ୍ୟ ଏଠାରେ ପାହାଡରୁ ପଥର ଖସି ରାସ୍ତାରେ ପଡିବାରୁ ଏକ ଟ୍ରକ୍ କ୍ଷତିଗ୍ରସ୍ତ ହୋଇଥିଲା । ଜାତୀୟ ରାଜପଥ ବିଭାଗ ଏହି ଘଟଣାକୁ ହାଲୁକା ଭାବେ ଏଭଳି ଦୁର୍ଘଟଣା ବାରମ୍ବାର ହେଉଥିବା ଅଭିଯୋଗ ହୋଇଛି । ଆଗକୁ କିଛି ବଡ ଅଘଟଣ ହେଲେ ଏଥିପାଇଁ କିଏ ଦାୟୀ ହେବ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।