କାହିଁକି ପଛରେ ପଡୁଛି ସରକାରୀ ଶିକ୍ଷାନୁଷ୍ଠାନ? ଜାତୀୟ ତାଲିକାରେ ଖସୁଛି ଉତ୍କଳ ବିଶ୍ୱବିଦ୍ୟାଳୟର ରାଙ୍କିଙ୍ଗ

93

କନକ ବ୍ୟୁରୋ: କେନ୍ଦ୍ର ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରକାଶ ପାଇଥିବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର୍ୟାଙ୍କିଙ୍ଗ ଫ୍ରେମୱର୍କ ତାଲିକାରେ ପଛରେ ପଡିଛନ୍ତି ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନ । ଏନଆଇଆରଏଫ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗରେ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଉକ୍ରଳ ବିଶ୍ୱବିଦ୍ୟାଳୟ ୮୮ତମ ରାଙ୍କରେ ରହିଛି । ସରକାରୀ ଶିକ୍ଷାନୁଷ୍ଠାନରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ସ୍ଥିତି ସୁଧୁରୁନାହିଁ । ଉକ୍ରଳ ବିଶ୍ୱବିଦ୍ୟାଳୟ କୁଳପତି କହିଛନ୍ତି, ସୀମିତ ସମ୍ବଳ ଭିତରେ ଯାହା କରିବା କଥା କରାଯାଉଛି । ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ତୁଳନା କରିବା ଠିକ୍ ନୁହେଁ ବୋଲି କହିଛନ୍ତି ପ୍ରଫେସର ସବିତା ଆଚାର୍ଯ୍ୟ ।

ତାଲିକାର ବିଭିନ୍ନ ବର୍ଗରେ ସୋଆ ଓ କିଟ ଭଳି ବେସରକାରୀ ବିଶ୍ୱବିଦ୍ୟାଳୟ ଉପରକୁ ଉଠୁଥିବାବେଳେ ତଳକୁ ଖସୁଛି ଉକ୍ରଳ ବିଶ୍ୱବିଦ୍ୟାଳୟ । ରାଜ୍ୟର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ହୋଇଥିଲେ ବି ଏନଆଇଆରଏଫ ରାଙ୍କିଂରେ କାହିଁକି ବେସରକାରୀ ବିଶ୍ୱବିଦ୍ୟାଳୟଠାରୁ ପଛରେ ପଡୁଛି, ତାହା ଚିନ୍ତାର କାରଣ ପାଲଟିଛି । ନଜର ପକାଇବା ଏ ନେଇ

କ’ଣ କହୁଛନ୍ତି ବିଶେଷଜ୍ଞ?
ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି
ଚୁକ୍ତଭିତ୍ତିକ ଅଧ୍ୟାପକଙ୍କ ଇଚ୍ଛାଶକ୍ତିର ଅଭାବ
ଗବେଷଣା ଲାଗି ଭିତ୍ତିଭୂମିର ଅଭାବ
ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ
ଅଶାନ୍ତ ବାତାବରଣ
ଘରୋଇ ଶିକ୍ଷାନୁଷ୍ଠାନ ମେଧାବୀଙ୍କ ପ୍ରଥମ ପସନ୍ଦ ପାଲିଟିଛି

ଦେଶରେ ଉଚ୍ଚଶିକ୍ଷାର ମାନବୃଦ୍ଧି ତଥା ସୁସ୍ଥ ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି ପାଇଁ ପ୍ରତିବର୍ଷ ଜାତୀୟ ଶିକ୍ଷାନୁଷ୍ଠାନ ର୍ୟାଙ୍କିଂ ଫ୍ରେମୱର୍କ ବା ଏନଆଇଆରଏଫ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ତାଲିକା ଘୋଷଣା ହୋଇଥାଏ । ତେବେ ବିଶ୍ୱବିଦ୍ୟାଳୟ ବର୍ଗରେ ୨୦୨୧ରେ ଉକ୍ରଳ ବିଶ୍ୱବିଦ୍ୟାଳୟ ୮୭ ର୍ୟାଙ୍କ ପାଇବାରେ ସମର୍ଥ ହୋଇଥିଲା ।