ଜୟପୁର ଆସନରେ ବିଜେଡି କାହାକୁ କରିବ ପ୍ରାର୍ଥୀ? ରବି ନନ୍ଦ କହିଲେ , ‘ଦଳ ଯାହାକୁ ଟିକେଟ୍ ଦେବ ତାକୁ କରିବେ ସମର୍ଥନ..’

525

କନକ ବ୍ୟୁରୋ: କୋରାପୁଟ ଲୋକସଭା ଆସନ ଓ ଏହା ଅଧିନରେ ଥିବା ୭ଟି ବିଧାନସଭାରେ ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବ । ହେଲେ ଏଯାଏଁ କୋରାପୁଟର ଜୟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜୁ ଜନତା ଦଳ । ବିଜେଡି ଅଙ୍କ ଛିଣ୍ଡୁନଥିବା ବେଳେ ଆଜି ପୁଣି ଥରେ ଶଙ୍ଖ ଭବନରେ ପହଞ୍ଚିିଛନ୍ତି ରବି ନନ୍ଦ । ଜୟପୁରରୁ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରବି ନନ୍ଦ କହିଛନ୍ତି ଦଳ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବ । ଯିଏ ବି ଟିକେଟ୍ ପାଆନ୍ତୁ, ସେ ନିମିତ ମାତ୍ର । ପ୍ରକୃତ ଚେହେରା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳ ଯାହାକୁ ଟିକେଟ୍ ଦେବ ତାକୁ ସମର୍ଥନ କରିବେ ବୋଲି କହିଛନ୍ତି ରବି ନନ୍ଦ ।