ବିଜେପି ଟିକେଟ୍ କଟିବା ପରେ ସାଂସଦ ବସନ୍ତ ପଣ୍ଡାଙ୍କ ଦୃଢୋକ୍ତି । କହିଲେ, ‘ରାଜନୀତିରେ ରହିବି, ନେବିନି ସନ୍ୟାସ… ପୁଅ ପାଇଁ କରିବି ପ୍ରଚାର’

3,498

କନକ ବ୍ୟୁରୋ: ବସନ୍ତ ପଣ୍ଡା , ରାଜ୍ୟ ରାଜନୀତିରେ ବିଜେପିର ଜଣେ ପରିଚିତ ନେତା, ବଡ ଚେହେରା । କଳାହାଣ୍ଡିର ସାଂସଦ । ରାଜ୍ୟ ବିଜେପିର ପୂର୍ବତନ ସଭାପତି । ହେଲେ ୨୦୨୪ ନିର୍ବାଚନ ପାଇଁ ବିଜେପିର ଟିକେଟ୍ ଘୋଷଣା ପରେ ବସନ୍ତଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା ହେଉଛି ।

ଦଳ ବାପାଙ୍କୁ ଟିକେଟ୍ ନଦେଇ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ନୂଆପଡାରୁ ବିଧାୟକ ପ୍ରାର୍ଥୀ କରିଛି । ପୁଅ ପାଇଁ ବାପାଙ୍କ ରାଜନୈତିକ ଜୀବନ ଶେଷ ହୋଇଗଲା ବୋଲି ଚର୍ଚ୍ଚା ହେଉଛି । ଏସବୁ ଚର୍ଚ୍ଚା ଭିତରେ ନୂଆପଡାରେ ସମ୍ମାନ ଲଢେଇ ପାଇଁ ପ୍ରସ୍ତୁତି କରୁଛନ୍ତି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ । ଏନେଇ ପଚାରିବାରୁ ବସନ୍ତ କହିଛନ୍ତି ଯେ, ଯାହା ବି ହେଉଯାଉ ରାଜନୀତିରୁ ନେବିନି ସନ୍ନ୍ୟାସ ବରଂ ରାଜନୀତିରେ ରହି ଦଳ ପାଇଁ କାମ କରିବି । ପୁଅ ପାଇଁ ପ୍ରଚାର କରିବି ବୋଲି କହିଛନ୍ତି ବସନ୍ତ ।